ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ହାଇସ୍କୁଲ ଛକ ନିକଟସ୍ଥ ଥିବା ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ଏବଂ ସହର ବଜାର ନିକଟସ୍ଥ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରିଥିଲେ ପାରଳା ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ। ଏଥି ସହ ରାମନଗରର ହାଇଟେକ ପ୍ଲାଜ଼ା ଠାରେ ବିଧାୟକଙ୍କ ନେତୃତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକ ରେ ବିଧାୟକ ସହ ଜିଲ୍ଲାପରିଷଦ ସଭାପତି ଜି. ତିରୁପତି ରାଓ , ଗୋଷାଣୀ ଅଧ୍ୟକ୍ଷ ଏନ୍. ଭୀର ରାଜୁ , ଗୁମ୍ମା ଅଧ୍ୟକ୍ଷା ସୁନେମି ମଣ୍ଡଳ , କାଶୀନଗର ଅଧ୍ୟକ୍ଷା ବଲାସାଇଆମ୍ମା , ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ , ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ , ପୌରପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ରଘୁରାମ ସାହୁ , ସହରାଞ୍ଚଳ ସଭାପତି ସୁଧୀରଞ୍ଜନ ମହାପାତ୍ର , ସହରାଞ୍ଚଳ ଯୁବ ସଭାପତି ସୁଜିତ ତ୍ରିପାଠୀ , ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜ ବିଜୁ ଜନତା ଦଳର ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ପାରିଚ୍ଛା , ବିଜୁ ପ୍ରେମୀ ଓ କର୍ମୀ ଯୋଗଦାନ କରିଥିଲେ।

Leave A Reply

Your email address will not be published.