“ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯାଉ” 

0

ବଲାଙ୍ଗିର(ନିରୋଜ ମିଶ୍ର) –  ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯିବା ଦାବି କରିବା ପାଇଁ  ଭିଲେଜର୍ସ ଇଣ୍ଡିଆପାର୍ଟି, ଆଦିବାସୀ ଅଧିକାର ମହାସଂଘ/ ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ/ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ବିକାଶ ମହାସଂଘ/ପ୍ରାଉଟିଷ୍ଟ ବ୍ଲକ ଅଫ୍ ଇଣ୍ଡିଆ  ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ, ଆଦିବାସୀ ଅଧିକାର ମହାସଂଘ ଅଧ୍ୟକ୍ଷ ଦ୍ୱିଜ ଦଳପତି,  ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ ଅଧ୍ୟକ୍ଷ ରାତୁ କାଲସାଏ, ସଦାଇପାଲି ୱାର୍ଡ ମେମ୍ବର ମୀନା ସାଏ, ଦ୍ରୋପଦୀ ସେଠ, ଲମ୍ବୋଦର ସାଏ, ସୁକାନ୍ତ ନନ୍ଦ, ହରିନନ୍ଦ, ରୂପେଶ ନାଗ, ନବଲତା ସେଠ, ଲୋୟର ସୁକତେଲ କେନାଲ ବିସ୍ତାପିତ ଅଧ୍ୟକ୍ଷ ବିରେନ୍ଦ୍ର ପଟେଲ, ଶୈଳେନ୍ଦ୍ର ପଟେଲ, ଗୀତା ରାଣୀ ପଟେଲ, ମୁକ୍ତା ସାଏ  ମିଳିତ  ନେତୃତ୍ୱର ସଦାଇପାଲିର ଶତାଧିକ ମହିଳାଙ୍କ ସହିତ ଆଜି ଦିନାଙ୍କ ୧୦.୦୧.୨୦୧୯ ସମୟ ଅପରାହ୍ନ ୩ ଘ. ବେଳେ ପୋଲିସ ଅଧିକ୍ଷକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ, ପୋଲିସ ଅଧିକ୍ଷକଙ୍କ ନିକଟରେ ଦାବି କରାଯାଇଛି  । ପ୍ରକାଶ ଥାଉ କି ସଦାଇପାଲିର ନବଲତା ସେଠଙ୍କୁ ଆରୋପି ଘନଶ୍ୟାମ ଖମାରୀ ତା.୩୦.୧୨.୨୦୧୮ଦିନ କଳାମଣ୍ଡଳ ପଡିଆଠାରେ ହାତକୁ ଧରି ପିଟିବା ସହ ଦୁର୍ବବ୍ୟବହାର କରିଥିଲେ ଏହା ସହ ତାଙ୍କର ସ୍ୱାମୀଙ୍କ ଠାରୁ ଟ.୮୦୦୦/- ନେଇଥିବା ଅଭିଯୋଗ ଟାଉନଥାନାରେ ଏତଲା ଦିଆଯାଇଛି । କିନ୍ତୁ ଅଭିଯୋଗ ପଞ୍ଜିକରଣ ପରେ ଆରୋପୀଙ୍କୁ ଟାଉନଥାନାରେ ୧୫ମି. କାଳ ଅଟକାଇ ରଖି ଛାଡିଦିଆଗଲା । ବର୍ତମାନ ଆରୋପୀ ଖୋଲା ମଇଦାନରେ ବୁଲି ନବଲତା ସେଠ ଏବଂ ତାର ସ୍ୱାମୀ ସଦାନନ୍ଦ ସେଠଙ୍କୁ ଧମକି ଦେଉଛି । ମହିଳାର ସମ୍ମାନରେ ଶତାଧିକ ମହିଳା ସହିତ ମିଳିତ ସଙ୍ଗଠନ ଘନଶ୍ୟାମ ଖମାରୀର ଗିରଫ ଓ ଉଚିତ୍ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି । 

 

Leave A Reply

Your email address will not be published.