ଦିଶାହୀନ ପି. ଏମ. ଜି. ଦିସା  !!!

0

ବଲାଙ୍ଗୀର/ ନିରୋଜ ମିଶ୍ର : ରକ୍ଷକ ଜଦି ଭକ୍ଷକ ହୁଏ ତେବେ ଲୋକେ କାହାକୁ ବିଶ୍ୱାସ କରିବେ । ବଲାଙ୍ଗୀର ଜିଲ୍ଲାରେ ପି. ଏମ. ଜି. ଦିସା ନାରେ ଲୋକଙ୍କ ଠାରୁ ଲୁଟୁଛନ୍ତି  କମନ ସର୍ଭିସ୍ ସେଣ୍ଟର ର ଭି.ଏଲ. ଇ ! ଭାରତର ପ୍ରଧାନମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ମାଧ୍ୟମରେ  ପ୍ରତ୍ୟେକ ପରିବାର ପାଇଁ ଜଣେ ଲେଖାଏଁ କମ୍ପ୍ୟୁଟର  ସାକ୍ଷରତା କରିବା ଯୋଜନା କରିଛନ୍ତି। ଏହି  ପି.ଏମ୍.ଜି ଦିସା ପାଇଁ ଜଣେ ଶିକ୍ଷାର୍ଥୀ ରେଜିଷ୍ଟ୍ରେସନ୍ ହେବା ପରେ ୧୦ ଦିନର ଟ୍ରେନିଂ ହୋଇ ଥାଏ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ପ୍ରୋଜେକ୍ଟ ରେ ଭାରତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ କମନ ସର୍ଭିସ୍ ସେଣ୍ଟର ର ଭି.ଏଲ.ଇ ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି। ଶିକ୍ଷାର୍ଥୀଙ୍କୁ ରେଜିଷ୍ଟ୍ରେସନ୍ କଲାପରେ ୧୦ଦିନର ଟ୍ରେନିଙ୍ଗ ନଦେଇ  ବାଇପାସ୍ କରୀ ୧୨ଦିନ ପରେ ପରୀକ୍ଷା କରାଇ ସରକାରୀ ଅର୍ଥ ହଡ଼ପ କରୁଛନ୍ତି।

 ଏଠାରେ ଜିଲ୍ଲା ପ୍ରଶାସନ କାହିଁକି ତାହାଙ୍କୁ ତାଗିଦ କରୁନି। ବାରମ୍ବାର ରିପୋର୍ଟ ଠିକ୍ ଅଛି ବୋଲି କହୁଛି। କିଏ ସତ କିଏ ମିଛ ବଲାଙ୍ଗୀର କଣ୍ଟିଜେନସିରେ ଲୋକସଭା ସାଂସଦ ଥାଇ ମଧ୍ୟ ଏହି ପ୍ରୋଜେକ୍ଟ ର ରିଭ୍ୟୁ ହୋଇପାରୁନାହିଁ। କିଏ କରିବ ବ ରିଭ୍ୟୁ ରାଜନେତା ନା ପ୍ରସାଶନ ଆଗକୁ ଦେଖିବାକୁ ରହିଲା | 

 

Leave A Reply

Your email address will not be published.