(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ମୋ ଖଲିକୋଟ ବୋଲି ଗର୍ବ ରେ ଛାତି ଉଲ୍ଲସିତ ହେଉଥିବାବେଳେ, ଉପର ଚକଚକିଆ ,ଭିତରେ ଫମ୍ପା। ସ୍ବର୍ଗ କୁ ନିଶୁଣୀ ନାହିଁ କି, ବଡ ଲୋକଙ୍କୁ ଉତ୍ତର ନାହିଁ । କେତେ ଏମ୍ ଏଲ୍ଏ ଗଲେଣି, କେତେ ମନ୍ତ୍ରୀ ଗଲେଣି, କେତେ ଏମ୍ ପି ଗଲେଣି , କିନ୍ତୁ କ୍ଷୋଭର ବିଷୟ କେହି ଖଲ୍ଲିକୋଟ ର ସ୍ଥିତି ପରଖିବା ପାଇଁ ସୁପାରିଶ କରିଵା ରେ ନଜର କୁ ଆସିନାହାନ୍ତି। ଯଦି ଗୋଟି ଗୋଟି କରି କୁହାଯାଏ , ବସ୍ ଷ୍ଟାଣ୍ଡଟିଏ ହୋଇ ପାରିଲା ନାଁହି, ପାର୍କିଂ ର ବ୍ୟବସ୍ଥା ନାହିଁ ଫୁଡ୍ କୋର୍ଟ ହୋଇ ଛି, ମାତ୍ର କାର୍ଯ୍ୟ କାରୀ ହୋଇପାରୁନାହିଁ। ଭେଣ୍ଡିଙ୍ଗ୍ ଜୋନ୍ ନିର୍ମିତ ହୋଇଛି, ବୁଢ଼ୀ ଠାକୁରାଣୀ ରୋଡ଼ ରେ ହେଲେ ଖୋଲା ହୋଇ ନଥିବା ଜଣାପଡ଼ିଛି।
ଖଲ୍ଲିକୋଟ ର ଚତୁଃପାର୍ଶ୍ଵରେ ରେ ବନ୍ଧ, କିନ୍ତୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତା ସାଙ୍ଗକୁ ମିଶନ ଶକ୍ତି ଗୃହ ଗୁଡ଼ିକ ବନ୍ଦ ରହିଛି,ଏହାର ପଛରେ କି ରହସ୍ୟ ରହିଛି ?
ଖଲ୍ଲିକୋଟ ପାଲଟିଛି ଆଶ୍ରୀତ ମାନଙ୍କ ଗନ୍ତବ୍ୟ ସ୍ଥଳ, ଶାସନ କରୁଛନ୍ତି ଆଶ୍ରୀତ ମାନେ, ଯଦି ପ୍ରକୃତ ରେ ସମୀକ୍ଷା କରାଯାଏ, ଦେଖିବାକୁ ମିଳିବ , ରାଜରାଜୁଡ଼ା କାଳରୁ ଖଲ୍ଲିକୋଟ ର ୧୦୦ରୁ ୩୦ ଭାଗ ଖଲ୍ଲିକୋଟ ବାସିନ୍ଦା, ବାକି ୭୦ ଭାଗ ଖଲ୍ଲିକୋଟ ରେ ବସତି ସ୍ଥାପନ କରି ରହୁଥିବା ଲୋକମାନେ ବୋଲି ଜଣାପଡିଛି।
ଏଅଵସରରେ ଦେଖିବାକୁ ମିଳିଛି , ସ୍ବର ଉତ୍ତୋଳନ କରିବା ରେ ସାହାସ ନାହିଁ କିମ୍ବା ବାଇଟ୍ ରେ କହିବା କୁ ଆଗଭର ହେଉ ନାହାନ୍ତି । ଏଠି ସତ କହିଲେ ଶତୃ ପାଲଟିବା ପରିଲକ୍ଷିତ ହେଉଛି।
Sign in
Sign in
Recover your password.
A password will be e-mailed to you.