ବାସୁଦେବପୁର – ଗତ ମଙ୍ଗଳ ବାର ରାତ୍ର ସମୟ ରେ ଆଇରନ ଟ୍ରକ ଧକ୍କାରେ ବାସୁଦେବପୁର ସାବର ପୁର ଗ୍ରାମ ର ଜଣେ ଯୁବ ବ୍ୟବସାୟୀ ଙ୍କ ମୃତ୍ୟ ହୋଇ ଯାଇଛି। ଏହି ଘଟଣା ସହ ବିଗତ ଦିନ ମାନଙ୍କରେ ଏକାଧିକ ଦୁର୍ଘଟଣା ଘଟିଛି। କିନ୍ତୁ ପ୍ରତିଦିନ ଯିବା ଆସିବା କରୁଥିବା ଶହ ଶହ ସଂଖ୍ୟାରେ ଆଇରନ ଟ୍ରକ ଯିବା ଆସିବା ଜାରୀ ରହିଛି ବାସୁଦେବପୁର ରେ। ଏଣୁ ଏହାର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପାଇଁ ବୁଧବାର ବାସୁଦେବପୁର ନାଗରିକ ମଞ୍ଚ ପକ୍ଷ ରୁ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଦାନ କରାଯାଇଛି। ବାସୁଦେବପୁର ଅଞ୍ଚଳ ର ଯୁବକ, ଜନ ସାଧାରଣ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ମିଳିତ ଭାବେ ଶହ ଶହ ସଂଖ୍ୟାରେ ଦସ୍ତଖତ ସଂଗ୍ରହ କରିଥିଲେ। ପରେ ଦାବି ପତ୍ର କୁ ତହସିଲଦାର ଙ୍କ ପ୍ରଦାନ କରାଯାଇଛି। ଖୁବ୍ ଶୀଘ୍ର ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି ସମସ୍ତେ। ନିବେଦନ କରିଥିବା ବିଷୟ ଗୁଡ଼ିକ ହେଲା ଏକ ବାଇପାସ୍ ରାସ୍ତା ନିର୍ମାଣ , ବାଇପାସ୍ ରାସ୍ତା ନିର୍ମାଣ ଯାଏଁ ରାତି ବାର ଟା ପରେ ଆଇରନ ଟ୍ରକ ଛଡ଼ା ଯାଉ, ପ୍ରତି ଗାଡ଼ି ମଧ୍ୟ ରେ ବ୍ୟବଧାନ ୧୫ ରୁ ୨୦ ମିନିଟ ରଖାଯାଉ, ଗାଡ଼ି ର ଗତି ସର୍ବ ନିମ୍ନ ରଖାଯାଉ, ବଜାର ମଧ୍ୟ ରେ ସିସି ଟିଭି କ୍ୟାମେରା ଲଗା ଯାଉ।
Sign in
Sign in
Recover your password.
A password will be e-mailed to you.
Next Post