ନିର୍ମାଣାଧୀନ ପାଣି ଟାଙ୍କିରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ

3

ବଲାଙ୍ଗିର -ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଖୋଲାଗଡ ଗ୍ରାମରେ ନିର୍ମାଣାଧୀନ ପାଣି ଟାଙ୍କିରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟକର ବାତାବରଣ ସୃଷ୍ଟି କରିଛି। ମୃତ ଶ୍ରମିକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଜମୁପାଟଣା ଗ୍ରାମର ୨୧ ବର୍ଷୀୟ କୃଷ ପଲେଇ ବୋଲି ଜଣାପଡିଛି। ସୂଚନା ମୁତାବକ ଗତ ୨ ମାସରୁ  ସେ ବସୁଧା ଯୋଜନାରେ   ନିର୍ମାଣ ହେଉଥିବା ପାଣି ଟାଙ୍କିରେ କାର୍ଯ୍ୟରତ ଥିଲେ କିନ୍ତୁ ଆଜି ସକାଳେ ଏହି ପାଣି ଟାଙ୍କିରେ ବେକରେ ଗାମୁଛା ଲଗେଇ ଝୁଲନ୍ତା ଅବସ୍ଥାରେ ଜୀବନ ଯାଇଥିବା ଦେଖିବାକୁ ମିଳିଛି । ଏହା ଆତ୍ମହତ୍ୟା ନା ହତ୍ୟା ମୃତ୍ୟୁ ପଛର କାରଣ ଅପଷ୍ଟ ଥିବା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ଲରମ୍ଭା ଥାନା ଅଧିକାରୀ ଏବଂ ତାଙ୍କ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଥିବା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ମୃତକଙ୍କ ବାପା, ଭାଇ ଓ ଆତ୍ମୀୟ ମାନଙ୍କ ନିଜ ପୁଅର ଗୁଣକୁ ବଖାଣି  କ୍ରଦନ କରୁଥିବାର ଦୃଶ୍ୟ ହୃଦୟକୁ ମର୍ମାହତ କରିଛି। ଏହି କାର୍ଯ୍ୟ ଟି ଆମ୍ରିନ ବାନୁଙ୍କ ନାମରେ ଥିବାବେଳେ ତାଙ୍କ ସ୍ଵାମୀ ମହମ୍ମଦ ଇଯାଜ କାର୍ଯ୍ୟ ତଦାରଖ କରୁଥିଲେ। ସେମାନଙ୍କୁ ଯୋଗାଯୋଗ କରାଯାଇ ଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳି ନ ଥିବା ପ୍ରକାଶ ପାଇଛି।

Leave A Reply

Your email address will not be published.