ଟିଟିଲାଗଡ଼ – ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଧିନସ୍ଥ ବିଜେପୁର ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂ ସୁନାଙ୍କ ଦ୍ଵାରା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟ ରେ ହେଇଥିଲା l ଉକ୍ତ କାର୍ଯକ୍ରମ ରେ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ରଥ ମୂଖ୍ୟ ଅତିଥି ଏବଂ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ତ ଧର ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ l ପ୍ରଥମେ ଅତିଥି ଗଣ ମା ସରସ୍ଵତୀ ଙ୍କୁ ପୁଷ୍ପ , ଦୀପ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ଜଣାଇବା ସହ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଙ୍କ ଆଦେଶ ଅନୁଯାୟୀ ଏହି ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା ର ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ପାଇଁ ଶିକ୍ଷକ ଙ୍କ ଭୂମିକା ଏବଂ ନିର୍ଦ୍ଧାରିତ ସମୟସୀମା ଭିତରେ ସମ୍ପୂର୍ଣ୍ଣ ଭାବରେ ସଫଳତା କିପରି କରାଯିବ ସେ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ l ଛାତ୍ର/ଛାତ୍ରୀ ଙ୍କ ସାମୁହିକ ବିକାଶ ପାଇଁ ଜ୍ଞାନର କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ , ସମୀକ୍ଷା ଏବଂ ବିଶ୍ଳେଷଣ ଉପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆଲୋକପାତ କରିଥିଲେ ଓ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ ଯେ ବିଭିନ୍ନ ଶିକ୍ଷଣ ଉପକରଣ ବ୍ୟବହାର କରି ଛାତ୍ର ଛାତ୍ରୀ ଙ୍କ ଧାରଣା କୁ ସ୍ପଷ୍ଟ କରିବେ l ବିଜେପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅନୋଲା ହୋରୋ ଙ୍କ ସହ ପ୍ରଧାନ ଶିକ୍ଷକ ଓ ସହ ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.