ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ ଭାରତୀୟ ଆଇନ୍ ସଂହିତା ନୂତନ ଆଇନର ବ୍ୟବହାର ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସରକାରୀ ଓକିଲ ଇନ୍ଦୁ ଭୂଷଣ ମିଶ୍ର, ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ସବ୍ ଇନ୍ସପେକ୍ଟରଙ୍କ ଚକ୍ରଧର ସିଂ, ତାନସେନ ବେହେରା ପ୍ରମୁଖ ଉପସ୍ଥିତ ରହି ଭାରତୀୟ ଦଣ୍ଡବିଧି ଆଇନ ଆପିସି ଏବଂ ବର୍ତ୍ତମାନର ନୂଆ ଭାରତୀୟ ଆଇନ ସହିଁତା ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ଆଇନ ସଂହିତା ଜନସାଧାରଣଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ଯେଉଁମାନଙ୍କ ଦ୍ବାରା ସୁରକ୍ଷା ନଷ୍ଟ ହେଉଛି, ସେମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧିର ପ୍ରାବଧାନ ରହିଛି । ପୂର୍ବରୁ ରହିଥିବା ନଥିପତ୍ର ଦାଖଲ ସମୟ ସୀମା ସର୍ବାଧିକ ୧୨୦ ଦିନକୁ ୯୦ ଦିନକୁ ଖସିଆସିଥିବା ବେଳେ ଯେଉଁ ମାମଲା ଗୁଡିକ ସର୍ବିଧିକ ୯୦ ଦିନ ଥିଲା ତାହା ବର୍ତମାନ ଆଇନରେ ୬୦ ଦିନକୁ ଖସି ଆସିଛି ।
Sign in
Sign in
Recover your password.
A password will be e-mailed to you.