ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରୋଟାରୀ କ୍ଲବ୍ ଅଫ୍ ମାଲକାନଗିରି, ଡିଷ୍ଟ୍ରିକ୍ଟ ୩୨୬୨ ର ୧୦ମ ଅଧିଷ୍ଠାନ ସମାରୋହ ଆଜି ସ୍ଥାନୀୟ DNK ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ADM ଶ୍ରୀ ବେଦବର ପ୍ରଧାନ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ DIPRO ମାଲକାନଗିରି ମିସ୍ ପ୍ରମିଳା ମାଝୀ ଯୋଗ ଦେଇ ରୋଟାରୀର ସାମାଜିକ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଆସିଷ୍ଟାଣ୍ଟ ଗଭର୍ନର ରୋଟା. ରମାହରି ପଣ୍ଡା, ରୋଟା. ଜି.ଭି.କେ. ରାଓ ଓ ରୋଟା. କିଶୋର ଚୌଧୁରୀ ଉପସ୍ଥିତ ଥିଲେ।
ନୂତନ ଟିମ୍ ଦାୟିତ୍ୱ ଗ୍ରହଣ:
ବିଦାୟୀ ସଭାପତି ରୋଟା. ଲାବା ସାହୁ ଏବଂ ସମ୍ପାଦକ ରୋଟା. ଦିଲ୍ଲୀପ ସୋମାନୀ ନିଜର ବର୍ଷର କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ। ପରେ ନବ ନିର୍ବାଚିତ ସଭାପତି ଭାବେ ରୋଟା. ଦିଲ୍ଲୀପ ସୋମାନୀ ଏବଂ ସମ୍ପାଦକ ଭାବେ ରୋଟା. ସୁଶାନ୍ତ କୁମାର ସାମଲ ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ କ୍ଲବର ଚାର୍ଟାର ସମ୍ପାଦକ ତଥା ଦୁଇଥର ସଭାପତି ତଥା ଜାତୀୟ ଶିକ୍ଷା ଉତ୍କର୍ଷ ପୁରସ୍କାର ୨୦୨୩ ପ୍ରାପ୍ତ ରୋଟା. ସୁଶାନ୍ତ ସାମଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

୮ ଜଣ ସେବା ଯୋଦ୍ଧାଙ୍କୁ ସମ୍ମାନ:
ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।
୧. ଜୟନ୍ତୀ ବୁରୁଦା
୨. ଭୀମସେନ ଖିଲ୍ଲା ( ହେଲ୍ପ ଫର ନିଡି ଫାଉଣ୍ଡେସନ ପ୍ରତିଷ୍ଠାତା – ୨୦୦୦+ ରକ୍ତଦାନ ସେବା)
୩. ପ୍ରଦୀପ ଟୁଡୁ (ମ୍ୟୁନିସିପାଲିଟି)
୪. ବିନାଶ ମିଶ୍ର
୫. ଲକ୍ଷ୍ମଣ ଛତ୍ରୀ
୬. ଫୁଲା ମୁର୍ମୁ (ମ୍ୟୁନିସିପାଲିଟି)
୭. ସୁଚିତ୍ରା ରାଉତ (ନର୍ସ)
୮. ରମ୍ୟ ରଞ୍ଜନ ପାଣିଗ୍ରାହୀ (ମେଲ୍ ନର୍ସ)
ଶେଷରେ କ୍ଲବର ସମସ୍ତ ସଦସ୍ୟ ଯଥା – ଜଗଦୀଶ ତ୍ରିପାଠୀ, ସୁରେନ୍ଦ୍ର ପାଢ଼ୀ, ରମ୍ୟ ରଞ୍ଜନ ପରିଡା, ନାରାୟଣ ବୈରାଗୀ, ବିଜୟ ପଣ୍ଡା, ଏ. ଈଶ୍ୱର ରାଓ, ନୀତିଶ କୁମାର, ଡଃ. ସପନ ଦିନ୍ଦା, ଡଃ. ପ୍ରଫୁଲ୍ଲ ବେହେରା, ଲକ୍ଷ୍ମଣ ବିହାରୀ ସାମଲ, କିରଣ ଗୌଡା, କେ. ଦେଶୀ ରାଜୁ ଆଚାର୍ଯ୍ୟ, ଦୁର୍ଯ୍ୟୋଧନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।