ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଠାରେ ଆଗାମୀ ୧୨ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ମାଘ ମଣ୍ଡେଇ ଯାତ୍ରା ନେଇ ଏକ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଟପଦା ସ୍ଥିତ ଅର୍ଜୁନ ଭୀମା ଗୁଡି ପରିସରରେ ଅନୁଷ୍ଠିତ ବୈଠକ ରେ ଘୋଡାଖୁଣ୍ଟା ସରପଞ୍ଚ ଲିଳାଦେଇ ମାଝୀ ଓ ଅର୍ଜୁନ ଭତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ମାଘ ମଣ୍ଡେଇ କୁ ଯେପରି ଶାନ୍ତି ଶୃଙ୍ଖଳା ର ସହ ଆୟୋଜନ କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଆଖ ପାଖ ଗ୍ରାମ ର ଲାଠି,କୁର୍ସୀ,ପାଲିଙ୍କି,ଶିରା ଓ ପୂଜକ ସହ ବିଭିନ୍ନ ଦେବାଦେବୀ ଙ୍କ ସମାଗମ ଥିବାରୁ ଲୋକ ଙ୍କ ଭିଡ ରହିବ। ଏଥି ସହ ରାତ୍ର ରେ ଦୁଇଟି ଦେଶିଆ ନାଟକ ମଞ୍ଚସ୍ଥ ହେବା ନେଇ ସ୍ଥିର କରାଯାଇଥିଲା। ଯାତ୍ରା ଦୁଇଦିନ ଧରି ଚାଲିବାକୁ ଥିବା ବେଳେ ଗ୍ରାମ ର ସମସ୍ତେ ଏଥିରେ ସହଯୋଗ କରିବାକୁ ବୈଠକ ରେ ସ୍ଥିର ହୋଇଥିଲା।ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଦଶମନ୍ତ ନାୟକ, ଧନୀରାମ ମାଝୀ, ୱାର୍ଡ ମେମ୍ବର ରବି ଭତରା,ସିନ୍ଧୁ ଭତରା, ବାଲଚାନ୍ଦଭତରା,ଶୁକୁ ଭତରା, ନୀଲମ ଭତରା,ଓ କପୂର୍ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.