ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୪/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ରେ ଆଜି ଆଦିବାସୀଙ୍କ ପାରମ୍ପାରିକ ମାଘ ମଣ୍ଡେଇ ଯାତ୍ରା ଧୁମ୍ ଧାମ ରେ ପାଳିତ ହୋଇଯାଇଛି। ଗ୍ରାମ ର ଆରାଧ୍ୟ ଦେବତା ମା କାଳୀ କଙ୍କାଳୁନି ମନ୍ଦିର ଠାରେ ଆଜି ଅପରାହ୍ନ ରେ ଆଖପାଖ ଗ୍ରାମରୁ ଆସିଥିବା ବିଭିନ୍ନ ଦେବାଦେବୀ, ଲାଠି, କୁର୍ସୀ, ପାଲିଙ୍କି ସହ ଶିରା ଓ ପୂଜକ ମାନେ ଏକତ୍ରିତ ହୋଇଥିଲେ। କାଳୀ କଙ୍କାଳୁନି ମନ୍ଦିରରେ ପୂଜାର୍ଚ୍ଚନା ପରେ ଦେବାଦେବୀ ମାନେ ବିଭିନ୍ନ ଆଭୁଷଣ ପରିଧାନ କରି ଅପରାହ୍ନ ସାଢେ଼ ୪ ଘଣ୍ଟ ସମୟରେ ଚିକିଲି ବଜାର ରେ ବାଜା ମର୍ଦ୍ଦଳ ର ତାଳେ ତାଳେ ପରିକ୍ରମା କରିଥିଲେ। ଏଥିରେ ଚିକିଲି ଗ୍ରାମ ସହ ଚେରଚେଟିଆ ଗୁଡା, ଭିମା ଗୁଡା ଓ ଆଖପାଖ ଗ୍ରାମରୁ ବିଭିନ୍ନ ଦେବାଦେବୀ ଯଥା ବିଲି ମାତା,ବଂଗାରାମ ଦେବତା, ଚାଉଁରିଆ ଭିମା, ଭଣ୍ଡାରୁଣି, ସନାଦେଇ, କର୍ମରାଇନି, ଧାରିନି ଆଦି ବଜାର ପରିକ୍ରମା କରିଥିଲେ।ମାଘ ମଣ୍ଡେଇ ଯାତ୍ରା ଅବସରରେ ଚିକିଲି ଗ୍ରାମ ରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମି ଥିବା ବେଳେ ବଜାର ପରିକ୍ରମା ସମୟରେ ସମସ୍ତେ ଆଶୀର୍ବାଦ ନେଇଥିଲେ। ଲୋକଙ୍କ ମନୋରଞ୍ଜନ ପାଇଁ ଚିକିଲି ମଣ୍ଡେଇ କମିଟି ତରଫରୁ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହେବ ବୋଲି ଜଣା ପଡିଛି। ମଣ୍ଡେଇ ଯାତ୍ରା ପରିଚାଳନା ରେ ଚିକିଲି ଗ୍ରାମ ର ତୁଳାରାମ ପୂଜାରୀ,ସଦାଶିବ ପୂଜାରୀ, ଲଖମୁ ଭତରା,ଲଛୁ ମାଝୀ,ପଦମୁ ଭତରା, ଭଦର ମାଝୀ, ବୈଶାଖୁ ଭତରା, ଘନ ମାଝୀ,ରାମନିଧି ଗୌଡ଼,ତ୍ରିନାଥ ଗୌଡ଼,ସ୍ଵାଧୀନ ପଟ୍ଟନାୟକ,ଗୋବିନ୍ଦ ମହାନ୍ତି,ଧରମ ସିଂ ସହ ଅନ୍ୟମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.