ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ୨୩୧ ତମ ଜୟନ୍ତୀ ସମାରୋହ

3

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ସନ୍ଧ୍ୟାରେ ସ୍ଥାନୀୟ କବିଚନ୍ଦ୍ର ପାଠାଗାର ପରିସରରେ ରଘୁନାଥ ପରିଚ୍ଛା ସ୍ମୃତି ସଂସଦ ଓ ସମାଜ ସେବକ ସଂଘ ମିଳିତ ସହଯୋଗରେ ନାଟ୍ୟକାର କବିଚନ୍ଦ୍ର ରଘୁନାଥ ପରିଚ୍ଛାଙ୍କ ୨୩୧ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।
ସଭାପତି ଡା. ରାମକୃଷ୍ଣ ପରିଚ୍ଛାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେେ ମନୋଜ କୁମାର ପଟ୍ଟନାୟକ , ମୁଖ୍ୟବକ୍ତା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମ୍ମାନିତ ଅତିଥି ବାଳକୃଷ୍ଣ ପାତ୍ର , ସମ୍ମାନିତ ବକ୍ତା ଡ. କଲ୍ୟାଣୀ ମିଶ୍ର ମଞ୍ଚାସୀନ ହୋଇ ମାଟିର ବିରଳ ଇତିହାସକୁ ଆପଣେଇ ସାହିତ୍ୟ ସାଧନାକୁ ଅବ୍ୟାହତ ରଖିବା ପାଇଁ ଉଦବୋଧନ ଦେଇଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପରିଚାଳନା ଏବଂ ସଂଯୋଜନା କରିଥିଲେ।
ଏହି ଅବସରରେ ବର୍ଷୀୟାନ ନାଟ୍ୟ ଶିଳ୍ପୀ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କୁ ଶ୍ରେଷ୍ଠ ନାଟ୍ୟକାର ରଘୁନାଥ ପରିଛା ସ୍ମୃତି ସମ୍ମାନ – ୨୦୨୫ ପ୍ରଦାନ କରାଯାଇଥିଲା।
ସମ୍ପାଦକ ଗଣେଶ କୁମାର ରାଜୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ମଞ୍ଚ ଆହ୍ବାନ , ପରିଚୟ ପ୍ରଦାନ ସ୍ନେହା ବେହେରା କରିଥିବା ବେଳେ ଗୁରୁ ନୃସିଂହ ପ୍ରସାଦ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ଗଣ କବିଚନ୍ଦ୍ରଙ୍କ ସଙ୍ଗୀତ ପରିବେଷଣ କରିଥିଲେ।

Leave A Reply

Your email address will not be published.