ଜିଲ୍ଲାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ

3

ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ଝାରବନ୍ଧ ରେ ଜନ ଅଭିଯୋଗ ଶୁଣାଣି ଶିବିର ସରିବା ପରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଚଣ୍ଡୀଭଟାର କଳା ଚାଉଳ ଧାନ କ୍ଷେତ ଏବଂ କଳା ଚାଉଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ସମେତ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ଵାନ, ଝାରବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପର୍ଶୁରାମ ପଣ୍ଡା, ଗୋଷ୍ଠୀ କୃଷି ଅଧିକାରୀ ନୀତା ସାବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ଏବଂ ଜୀବିକା ମିଶନର ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଶ୍ରୀ ସତ୍ୟ କୁମ୍ଭାର ମଧ୍ୟ ଉପସ୍ଥିତ ଥିଲେ । ଚଣ୍ଡୀଭଟା ଅର୍ଗାନିକ୍ ଲାଇଫ୍ ଫାର୍ମିଂ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ପୁଷ୍ପା ବିଶ୍ଵାଳ, କୁଳମଣି ପ୍ରଧାନ ଏବଂ ଜ୍ୟୋତି ସେଠ ସେଠାରେ ଉପସ୍ଥିତ ରହି ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ପରିଶେଷରେ ଜିଲ୍ଲାପାଳ ନିଲଜୀପତ୍ରା ପିଏମଶ୍ରୀ ବିଦ୍ୟାଳୟ ନିର୍ମାଣ ନିମନ୍ତେ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.