ଯୋଡା/ଶାସକ ପ୍ରଶାସକ – ରାଜ୍ୟରେ ନୂତନ ସରକାର ଗଠନ ପରେ ବିଜେପି ପକ୍ଷରୁ ରାଜ୍ଯ, ଜିଲ୍ଲା, ନିର୍ବାଚନ ମଣ୍ଡଳୀ, ବ୍ଲକ,ପୌରପାଳିକା, ଏନ୍ଏସି ସ୍ତରୀୟ ସଭାପତି ଚୟନ ହେଉଥିବା ବେଳେ ଏହି ପରିପ୍ରେକ୍ଷୀରେ ରବିବାର ଦିନ ବିଜେପି ନିର୍ବାଚନ କମିସନ ଙ୍କ ଦ୍ଵାରା ଯୋଡା ପୌରପାଳିକାର ବିଜେପି ମଣ୍ଡଳ ସଭାପତି ଭାବେ ଯୋଡା ସହର ର ଜଣେ ବିଜେପି ସଂଗଠକ ତଥା ପୂର୍ବରୁ ଯୋଡା ବିଜେପି ମଣ୍ଡଳ ସମ୍ପାଦକ ଥିବା ପାର୍ଥ ସାରଥି ଷଡଙ୍ଗୀ ଙ୍କୁ ଯୋଡା ମଣ୍ଡଳ ସଭାପତି ଭାବେ ଚୟନ କରାଯାଇଛି | ନିର୍ବାଚନ କମିସନ୍ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପତ୍ର ମାଧ୍ୟମ ରେ ଜିଲ୍ଲା ବିଜେପି ସଭାପତି ଙ୍କୁ ଏହା ଜଣାଇଛନ୍ତି | ଏହି ମଣ୍ଡଳ ସଭାପତି ପଦ ପାଇଁ ଅନେକ କର୍ମୀ ଦାବିଦାର ଥିବା ବେଳେ ଦଳ ପାର୍ଥ ସାରଥି ଷଡଙ୍ଗୀ ଙ୍କୁ ଚୟନ କରିଛି |
” ପୂର୍ବରୁ ଦଳ ରେ ରହି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲି ଏବଂ ଏବେ ଆହୁରି ନିଷ୍ଠା ଓ ଚେଷ୍ଟା ର ସହ ସମସ୍ତ କର୍ମୀ ଙ୍କୁ ସାଙ୍ଗରେ ନେଇ ପାଖରେ ରଖି କାର୍ଯ୍ୟ କରିବି “ବୋଲି ପାର୍ଥ ସାରଥି ଷଡଙ୍ଗୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି | ଏ ଖବର ପାଇବା ପରେ ଯୋଡା ଅଞ୍ଚଳରେ ବିଜେପି କର୍ମୀ ଓ ନେତୃସ୍ଥାନୀୟ ଲୋକଙ୍କ ଶୁଭେଚ୍ଛା ର ସୁଅ ଛୁଟିଛି