ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ବୁଡେନ୍ ପରିସର ମଧ୍ୟରେ ବିଜ୍ଞାନ ଶିକ୍ଷକ ଶ୍ରୀ ମନସୀ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଡ.ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରାଜବୋଡାସମ୍ବର୍ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣଜିତ୍ ସିଂ ବରିହା ମୁଖ୍ୟଅତିଥି ଭାବରେ ଓ ସମ୍ମାନୀତ ଅତିଥି ଭାବରେ ବୁଡେନ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ନାରାୟଣ ମେହେର, ଶିକ୍ଷାବିତ୍ ଶ୍ରୀ ହେମନ୍ତ କୁମାର ସାହୁ, ଆଲୁମିନି କମିଟିର ଚେୟାରମେନ୍ ଶ୍ରୀ ପଞ୍ଚାନନ୍ ପଣ୍ଡା ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରୁ ଫୁଲଚନ୍ଦନ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରାଯିବା ପରେ ବିଘ୍ନରାଜ ଗଣେଶ ଓ ମା ବାଗଦେଵୀଙ୍କ ଠାରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ବିଦ୍ୟାଳୟର ଛାତ୍ରୀମାନେ ବିଦାୟୀ ସଂଗୀତ ଗାନ କରିଥିଲେ। ଅତିଥିମାନେ ବିଜ୍ଞାନ ଶିକ୍ଷକ ଶ୍ରୀ ସାହୁଙ୍କ ଗୁଣଗାନ କରିବା ସହ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରିଥିଲେ। ବିଦାୟୀ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଉପଢୌକନ, ମାନପତ୍ର ଏବଂ ଅନ୍ୟାନ୍ୟ ଉପହାର ପ୍ରଦାନ କରାଯାଇଥିଲା। ଏହି ସଭାରେ ସ୍କୁଲର ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ଶ୍ରୀ ସୁକାନ୍ତ ସାହୁ, ଶ୍ରୀ ଯଜ୍ଞ କୁମାର ଭୋଇ, ଶିକ୍ଷୟତ୍ରୀ ଶ୍ରୀମତୀ ନିରୂପମା ବାଗ, କିରାଣୀ ଶ୍ରୀ ଅକ୍ଷୟ କୁମାର ସାହୁ ,ଶ୍ରୀ ଅଶୋକ ସାହୁ, ଶ୍ରୀ କିଶୋର ସାହୁ ଏବଂ ଶ୍ରୀ ଦେବରାଜ ପଣ୍ଡା,ପରିଚାଳନା କମିଟି ଓ ଆଲୁମିନି କମିଟିର ସଦସ୍ୟ ଗଣ ଓ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ଅନ୍ୟାନ୍ୟ ସହକର୍ମୀ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମଟିକୁ ହିନ୍ଦୀ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ ସିଦାର୍ ସଂଯୋଜନା କରିବା ସହ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭା ସାଙ୍ଗ ହେବା ପରେ ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟା
Sign in
Sign in
Recover your password.
A password will be e-mailed to you.