ଖପ୍ରାଖୋଲ ତା ୦୧/୦୩/(ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ଓଡ଼ିଆପାଲି କ୍ଲଷ୍ଟରର ବୁଢ଼ିବାହାଲ ହାର୍ଦ୍ଧିକ କଲ୍ୟାଣ ମଣ୍ଡପ ଠାରେ ଖପ୍ରାଖୋଲ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ମାନଙ୍କର ଏକ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏନ ପି ଏସ ଶିକ୍ଷକ ସଂଘର ସଭାପତି ସୁଶୀଲ କୁମାର ପୋଢ଼ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସେଠ ଅଧ୍ୟକ୍ଷତା କରିଥିବା ବେଳେ। ଓ ପି ଏସ ସଂଘର ସଭାପତି ନାରାୟଣ କିଷାନ, ନିହାର ରଞ୍ଜନ ଭୋଇ, ବିଶାଖା ନାଏକ, ମିଠାଲାଲ ସୁନା, ପୂର୍ଣ୍ଣ ଚନ୍ଦ୍ର ବୁଡ଼େକ ଆର୍ତତ୍ରାଣ ଖମାରି କୁଞ୍ଜବିହାରୀ ସରାଫ, ଅଶ୍ୱିନୀ ଭୋଇ, ମନୋରଞ୍ଜନ ବାରିକ,ସୁଧୀର କୁମାର ନାଗ, ଶେଷଦେବ ବେହେରା, ଫକୀର ବାଗ,ବିଷ୍ଣୁ ଚରଣ ମାଝୀ,ଅଲେଖ ସେଠ,ନଳିନୀ ପଧାନ, ଏକ୍ସ କ୍ୟାଡର ସଂଘର ସମ୍ପାଦକ ରଞ୍ଜନ କୁମାର ମେହେର ଜେ ଟି ଏସ ସଂଘର ସଭାପତି ଆଲୋକ ମେହେର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଓ ଆଗାମୀ ଦିନରେ ବାର୍ଷିକ ଉତ୍ସବ ପାଳନକରିବା ସହିତ ଇତି ମଧ୍ୟରେ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ହୋଇଥିଲା ,ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା କିଭଳି ସମାଧାନ ହୋଇ ପାରିବ ଏବଂ ଆଗାମୀ ଦିନରେ ବ୍ଲକରେ ଏକ ଶିକ୍ଷକ ଭବନ କିପରି ନିର୍ମାଣ କରାଯାଇ ପାରିବ ସେ ଦିଗରେ ଆଲୋଚିତ ହୋଇଥିଲା। ଏହି ସଭାରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବା ସହ ସାହାଯ୍ୟ ସହଯୋଗ କରିଥିଲେ ।ସଭାକୁ ଶିକ୍ଷୟତ୍ରୀ ସବିତା ମହରା ସଭାକୁ ସଂଯୋଜନା କରିଥିଲେ ଓ ଗୋଲାପ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post