ଖଲ୍ଲିକୋଟ ର ବିଭିନ୍ନ ଶିଵାଳୟରେ ମହାଶିବରାତ୍ରି ପାଳନ ।

3

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଫାଲଗୁନ ମାସ କୃଷ୍ଣପକ୍ଷ ରେ ମ‌‌ହାଶିଵରାତ୍ରୀ ଯାହାକୁ ଜାଗର ବୋଲି ପ୍ରତିପାଦିତ ହୋଇଥାଏ। ଏଅଵସରରେ ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ ବିଭିନ୍ନ ଶିବାଳ଼ୟ ରେ ରାତ୍ର ଜାଗର ଯାତ୍ରା ଦେଖିବାକୁ ମିଳିଛି। ସେ ମଧ୍ୟରୁ ବାବା ବରାଳ ବାଲୁଙ୍କେଶ୍ୱର, ବାବା ଅମରେ ଶ୍ଵର, ନିର୍ମଳ ଝର ସ୍ଥିତ ନୀଳକଣ୍ଠେଶ୍ଵର, ସାଗର ସନ୍ନିକଟସ୍ଥ ବେଲେଶ୍ୱର, ଶ୍ରୀ କୃଷ୍ଣ ଶରଣ ପୁର ଲୋଙ୍ଗର ନିକଟବର୍ତ୍ତୀ ଶ୍ରୀସକେ ଳେଶ୍ଵର, କୃଷ୍ଣ ଗିରି ପାଦ ଦେଶରେ ଦେବଦେବ ମହାଦେବ ଶ୍ରୀ ମୁକ୍ତେଶ୍ଵର ଓ ମଲ୍ଲୀ କେଶ୍ଵର ମନ୍ଦିର ଆଜି ଜନମୁଖର‌ ହୋଇଉଠୁଥିଵା ଜଣାପଡ଼ୁଛି। ସେହିପରି କୈରାସି ସ୍ଥିତ ଶ୍ରୀ ନୀଳ କଣ୍ଠେଶ୍ଵରମନ୍ଦିର ଶିବ ଭକ୍ତଙ୍କ ର ଭିଡ଼ ହେବା ର ନଜରକୁ ଆସିଛି | ଏଠାକାର ଗ୍ରାମ୍ୟ କମିଟି ତଥା ମନ୍ଦିର ପରିଚାଳନା ସଙ୍ଗଠନ ର ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହ କାର୍ଯ୍ୟ ସମ୍ପନ୍ନ ହୋଇ ଥିବା ଜଣାପଡ଼ିଛି। ଖଲ୍ଲିକୋଟ ର ବାଵା ବାଲୁଙ୍କେଶ୍ବର ମନ୍ଦିର, ଅମରେଶ୍ଵର ମନ୍ଦିର କାର୍ଯ୍ୟ କାରୀ କମିଟିର ସଦସ୍ୟମାନେ ତଥା ଜନସାଧାରଣ ଓ ପୋଲିସ ବିଭାଗ ର କର୍ମ ଚାରୀ ମାନଙ୍କ ପୂର୍ଣ୍ଣ ସହଯୋଗ ରେ ଶାନ୍ତି ଶୃଙ୍ଖଳା ସହ ଭକ୍ତମାନେ ଯିବାଆସିବାରେ ସୁବିଧା ପରିଲକ୍ଷିତ ହେଉଛି ବୋଲି ଜଣାପଡିଛି।

Leave A Reply

Your email address will not be published.