ଭୁବନେଶ୍ୱର, ଅକ୍ଟୋବର ୧: ଏନ୍ଏସ୍ଏସ୍ ଦିବସ ଉପଲକ୍ଷେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେ୍ସ (ଏସ୍ପିଏସ୍) ପକ୍ଷରୁ ଗୁରୁବାର କ୍ୟାମ୍ପସ୍-୫ ଷ୍ଟାଡିୟମ୍ରେ “ଏକ ପେଡ୍ ମା’ କେ ନାମ୍” ବାର୍ତାକୁ ଆଧାର କରି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଏନଏସଏସର ଆଚଂଳିକ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର କୁଶୱାହ, ଏସ୍ପିଏସ୍ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ ଏବଂ ଏନଏସଏସ ପ୍ରୋଗ୍ରାମ୍ କୋ- ଅର୍ଡିନେଟର ଡକ୍ଟର କମଳ ଲୋଚନ ମହାନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଶ୍ରୀ କୁଶୱାହ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଏବଂ ରୋପିତ ଚାରାଗୁଡ଼ିକର ଯତ୍ନ ନେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ପରିବେଶ ସୁରକ୍ଷା, ସବୁଜ ପରିବେଶ ସୃଷ୍ଟି ଏବଂ ଯୁବପିଢ଼ି ମଧ୍ୟରେ ପରିବେଶ ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା । “ଏକ ପେଡ୍ ମା’ କେ ନାମ୍” ବାର୍ତା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସବୁଜ କ୍ୟାଂପସ୍, ସୁସ୍ଥ ପରିବେଶ ଓ ସଚେତନ ସମାଜ ଗଠନର ବାର୍ତା ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଏସ୍ପିଏସ୍ର ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ, ପ୍ରଫେସର ସୁଧୀର କୁମାର ପାଇଡିସାଟି, କ୍ଲାସ୍ କୋ-ଅର୍ଡିନେଟର ଡକ୍ଟର ରୁଦ୍ର ନାରାୟଣ ସାହୁ ଏବଂ ଏନଏସଏସ୍ ପ୍ରୋଗ୍ରାମ୍ ଅଫିସର ଡକ୍ଟର ରାକେଶ ସ୍ୱାଇଁ ଉପସ୍ଥିତ ଥିଲେ । ଏନଏସଏସ୍ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବେ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.