ମହାଶିବରାତ୍ରୀ ଅବସରରେ ହରିଶଙ୍କର ରେ ଶ୍ରଦ୍ଧାଳୁଙ୍କ ଭିଡ଼, ଖରାରେ ବି ଧାଡ଼ିରେ ରହି ଠାକୁରଙ୍କୁ କଲେ ଦର୍ଶନ, ଭଜନ ସନ୍ଧ୍ୟାରେ ଝୂମିଲେ ଶ୍ରଦ୍ଧାଳୁ

3

ଖପ୍ରାଖୋଲ ୨୬/୨(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ମହାଶିବରାତ୍ରୀ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଦୂର ଦୁରାନ୍ତ ରୁ ହଜାର ହଜାର ଶ୍ରଦ୍ଧାଳୁ ହରିଶଙ୍କର ପହଞ୍ଚି ଚିରସ୍ରୋତା ପାପନାଶିନୀ ଝରଣା ରେ ବୁଡ଼ ପକାଇ ମନ୍ଦିରରେ ଠାକୁର ଦର୍ଶନ କରିଥିଲେ। ଟାଣ ଖରାରେ ମଧ୍ଯ ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡ଼ିରେ ରହି ଘଣ୍ଟା ଘଣ୍ଟା ଅପେକ୍ଷା କରି ଠାକୁରଙ୍କ ଦର୍ଶନ କରୁଥିବା ଦେଖାଯାଇଛି। ଏହି ଅବସରରେ ପୂଜକ ମାନେ ହରିଶଙ୍କର ଠାକୁରଙ୍କୁ ସ୍ଵତନ୍ତ୍ର ପୂଜା ନୀତି କରିବା ସହିତ ମଧ୍ଯ ରାତ୍ରୀରେ ମହାଦୀପ ମନ୍ଦିର ଉପରକୁ ଚଢ଼ିଲା ପରେ ଫଲ ମୂଳ ଭୋଗ ଲାଗିକରି ଶ୍ରାଦ୍ଧକୁ ଙ୍କୁ ବାଣ୍ଟି ଥିଲେ। ଦିନ ସାରା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସନ୍ଧ୍ୟାରେ ସଙ୍କୀର୍ତ୍ତନ ପରିବେଷିତ ହୋଇଥିଲା। ପାଟଣାଗଡ଼ ର ସୁର ସଙ୍ଗମ ସାଂସ୍କୃତିକ ଦଳ ତରଫରୁ ଭଜନ ପରିବେଷଣ ହୋଇଥିବା ବେଳେ ଭଜନ ର ତାନେ ତାନେ ଶ୍ରଦ୍ଧାଳୁ ଝୂମିଥିଲେ। ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିବା ବେଳେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜି ମଲ୍ଲିକ, ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରମୁଖ ପ୍ରତ୍ୟକ୍ଷ ତତ୍ବାବଧାନରେ ରହିଥିଲେ। ସେହି ପରି ପ୍ରଶାସନ ତରଫରୁ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସହକାରୀ ତହସିଲଦାର ସତ୍ୟ ପ୍ରକାଶ ରାଉତରାୟ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଶିବରାତ୍ରୀ ଅବସରର କନ୍ଦରାଭଟା ତ୍ରିଲିଙ୍ଗେଶ୍ୱର୍ ପୀଠରେ ମଧ୍ଯ ଜନସମାଗମ ହେବା ସହିତ ଅଷ୍ଟ ପ୍ରହାର ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.