ଓଡ଼ଗାଁ, ୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ତହସିଲ କାର୍ଯ୍ୟାଳୟ ପଛପାଖ ତୋଟାସାହି ବ୍ରହ୍ମା କୁମାରୀ ଉପସେବାକେନ୍ଦ୍ର ତ୍ରିଲୋକଭବନ ଠାରେ ମହାଶିବରାତ୍ରି ଅବସରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପବିତ୍ର ଉତ୍ସବ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମା କୁମାର ଓ ବ୍ରହ୍ମା କୁମାରୀ ଭଉଣୀ ଓ ଭାଇ ମାନେ ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ନିକଟରୁ ଜଳ କଳସ ମସ୍ତକରେ ରଖି ସହର ପରିକ୍ରମା ପୂର୍ବକ ତ୍ରିଲୋକ ଭଵନ ଠାରେ ପହଞ୍ଚିଥିଲେ । ଉପ ସେବା କେନ୍ଦ୍ର ନିକଟରେ ସମବେତ ଶ୍ରଦ୍ଧାଳୁଙ୍କ ଗହଣରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଶିବ ପତାକା ଉତ୍ତୋଳନ କରିବା ସହିତ ଉଦବୋଧନ ଦେଇ ଶିବ ବାବାଙ୍କ ଜୟନ୍ତୀରେ କେକ୍ କାଟିଥିଲେ। ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସାରସ ମିଶ୍ର ପ୍ରମୁଖଙ୍କ ସହିତ ବ୍ରହ୍ମକୁମାର ସୂର୍ଯ୍ୟ ନାରାୟଣ ଚୈଧୁରୀ, ବିକେ ଇନ୍ଦ୍ର ମହାରାଜା, ବ୍ରଜବନ୍ଧୁ ହଜାରୀ, ସୁକାନ୍ତ କୁମାର ସାହୁଙ୍କ ସହିତ ପରିବାରର ସମସ୍ତ ଈଶ୍ୱରୀୟ ଭାଇ ଓ ଭଉଣୀମାନେ କାର୍ଯ୍ୟକ୍ରମର ଅଂଶଗ୍ରହଣ କରି ବାବାଙ୍କ ଶରଣାପର୍ଣ୍ଣ ହୋଇଥିଲେ । କଳିର ଅନ୍ତ ଏବଂ ସତ୍ୟ ଯୁଗର ଆରମ୍ଭ ଏହି ଭଳି ସନ୍ଧିକ୍ଷଣର ଅପୂର୍ବ ସଙ୍ଗମ ସମୟର ସଦବ୍ୟବହାର କରିବାକୁ ସୂର୍ଯ୍ୟ ଭାଇ ସମସ୍ତଙ୍କୁ ନିବେଦନ କରିଥିଲେ । ତ୍ରିଲୋକ ଭବନର ମୁଖ୍ୟ ପରିଚାଳିକା ବ୍ରହ୍ମାକୁମାରୀ ବାସନ୍ତୀ ଭଉଣୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.