ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର ପଂଚାୟତରେ କିଶୋର ମେଳା ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କ ସୁରକ୍ଷା, ପୌଷ୍ଟିକ ଆହାର,ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା, କନ୍ୟା ଭୃଣର ସୁରକ୍ଷା ଦିଗରେ ଆଲୋଚନା କରାଯାଇଥିଲା I ବିଶେଷ କରି ବାଲ୍ୟବିବାହକୁ ରୋକିବା ପାଇଁ ସଚେତନ କରାଯିବା ସହ ଏହି ସମ୍ପର୍କରେ ଉପସ୍ଥିତ କିଶୋରୀ ମାନଙ୍କ ମଧ୍ୟରେ ରଙ୍ଗୋଲି, ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ କିଶୋରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସିଡିପିଓ ନଳିନୀ କୁମାରୀ ମହାରଣା ଯୋଗଦେଇଥିବା ବେଳେ ଅଙ୍ଗନୱାଡ଼ି କର୍ମୀ କବିତା ସାହୁ, ମମତା ପାଣିଗ୍ରାହୀ, ରଞ୍ଜିତା ବିଷୋୟୀ, ଗୀତାଞ୍ଜଳି ଗୌଡ଼,ଶାମଳି ବିଷୋୟୀ, ପ୍ରଭାସିନୀ ସାହୁ, ସଞ୍ଜୁ ଲତା ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସେହିପରି ବ୍ଳକ୍ ର ଖଇରପୁଟି ଏବଂ ଶାସନ ପଂଚାୟତରେ ମଧ୍ୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି I
Sign in
Sign in
Recover your password.
A password will be e-mailed to you.