ତୁର୍ଲା ରେ ମହାଶିବରାତ୍ରୀ ପାଇଁ କଳସ ଶୋଭାଯାତ୍ରା

3

ଖପ୍ରାଖୋଲ ୨୫/୨(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର୍ ପଞ୍ଚାୟତ ତୂର୍ଲା ଗାଁ ରେ ମହାଶିବରାତ୍ରୀ ପାଇଁ କଳସ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ପୁରୁଷ ଗାଁ ପୋଖରୀରୁ କଳସ ରେ ଜଳ ପୁରାଇ ବେଦ ମନ୍ତ୍ର, ଘଣ୍ଟା ଘାଣ୍ଟି ସହିତ ପୂଜା ସ୍ଥଳ ରେ ପହଞ୍ଚିଥିଲେ। ପୂଜା କର୍ତ୍ତା ରୁପେ କୃଷ୍ଣ ଭୋଇ ସପତ୍ନିକ କାର୍ଯ୍ୟସମ୍ପାଦନ କରିଥିବା ବେଳେ ପ୍ରମୋଦ ପଣ୍ଡା ପୂଜକ ରୁପେ ଉପସ୍ଥିତ ଥିଲେ। ତିନିଦିନ ଧରି ଶିବରାତ୍ରୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାମ ବାସୀ ସହଯୋଗ କରିଛନ୍ତି।

Leave A Reply

Your email address will not be published.