ବିଦ୍ୟୁତ ଖୁଣ୍ଟରୁ ପଡି ୱାର୍ଡ ସଭ୍ୟ ଗୁରୁତର

3

ଓଡଗାଁ,୨୪।୨(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମ ପଞ୍ଚାୟତ ଜଣେ ୱାର୍ଡ ସଭ୍ୟ ବେଆଇନ ଭାବେ ବିଦ୍ୟୁତ ଖୁଣ୍ଟରେ ଚଢି ଷ୍ଟ୍ରିଟ ଲାଇଟ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତରେ ଖୁଣ୍ଟରୁ ପଡି ଗୁରୁତର ହୋଇଥିବା ଜଣାଯାଇଛି।ସୂଚନା ଅନୁସାରେ ଲଣ୍ଡାବାଦୁ ଗ୍ରାମର ଶଙ୍କର ଖିଲାର (୪୦)ସୋମବାର ସନ୍ଧ୍ୟାରେ ବେଆଇନ ଭାବେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଅଗୋଚରରେ ଖୁଣ୍ଟରେ ଚଢି ଲାଇଟ ସଜାଡୁଥିବା ବେଳେ ଖୁଣ୍ଟରୁ ତଳେ କଚାଡି ହୋଇ ପଡ଼ିଥିଲେ।ତାଙ୍କୁ ଗୁରୁତର ଭାବେ ପ୍ରଥମେ ଓଡ଼ଗାଁ ହସ୍ପିଟାଲରେ ଚିକିତ୍ସା ପରେ ନୟାଗଡ଼ ଚିକିତ୍ସା ପାଇଁ ପଠାଇଦିଆଯାଇଛି | ହେଲେ ଏନେଇ ଟାଟା ପାୱାର କର୍ମଚାରୀଙ୍କୁ କୌଣସି ସୂଚନା ନଥିବା ସହକାରୀ ଯନ୍ତ୍ରୀ ବିନୋଦ ମହାରଣା ପ୍ରକାଶ କରିଛନ୍ତି, ଏବଂ ଏହିଭଳି ବେଆଇନ ଓ ବିପଦପୂର୍ଣ୍ଣ କାର୍ଯ୍ୟରୁ ବିରତ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି

Leave A Reply

Your email address will not be published.