ଜନସେବା କେନ୍ଦ୍ର ଚାଳକଙ୍କୁ ରେଲୱେ ପୋଲିସ୍ ଉଠାଇ ନେଲେ

3

ଓଡ଼ଗାଁ ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ପାଇକରା ସାହିର ନିଳାଞ୍ଚଳ ଦାଶଙ୍କୁ ଜଟଣୀ ରେଲୱେ ପୋଲିସ୍ ଉଠାଇ ନେଇଛନ୍ତି।ନିଳାଞ୍ଚଳ ଅଣଅଧିକୃତ ଅର୍ଥାତ୍ ବେଆଇନ ଭାବେ ରେଲୱେ ଟିକେଟ ବିକ୍ରି କରୁଥିବା ନେଇ ଅଭିଯୋଗ ଥିଲା। ନିଜର ବ୍ୟକ୍ତିଗତ ଆଇଡିରୁ ଯଦି କେହି ଅନ୍ୟ ମାନଙ୍କ ପାଇଁ ରେଲୱେ ଟିକେଟ କାଟନ୍ତି ଅର୍ଥାତ୍ ପର୍ସନାଲ ଆଇଡିରୁ ପ୍ରଫେସନାଲ ଟିକେଟ ବୁକିଙ୍ଗ କରିବା ଅପରାଧ ଅଟେ। ତେଣୁ ରେଲୱେ ପୋଲିସ୍ ଉଠାଇ ନେଇଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଜଣାପଡ଼ିବ।

Leave A Reply

Your email address will not be published.