ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଜଣେ ଗିରଫ,

3

ଓଡ଼ଗାଁ ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶ୍ରୀପଲିଟେକନିକ୍ କୋମଣ୍ଡ ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଓଡ଼ଗାଁ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ସ୍ଥାନୀୟ ରୋହିବାଙ୍କ ଗାଁର ଅମିତ୍ ପାତ୍ର।ସେ ୨୦୧୭ ମସିହାରୁ ଉକ୍ତ ଶିକ୍ଷାନୁଷ୍ଠାନରେ ଜଣେ ହିସାବ ରକ୍ଷକ ଭାବେ କାର୍ଯ୍ୟ କରୁଥିଲେ।୨୦୨୩ରୁ ସେ ସେଠାରୁ ଚାକିରୀ ଛାଡିଥିଲେ।୨୦୨୪ରେ ଡିପ୍ଲୋମା କଲେଜର ଅଡିଟ୍ ପରେ ଅମିତ୍ ବିଭିନ୍ନ ଉପାୟରେ କଲେଜରୁ ୨୪ ଲକ୍ଷ ୯୩ ହଜାର ଟଙ୍କା ଆତ୍ମସାତ ହୋଇଥିବା ଜଣାପଡିଥିଲା। କଲେଜ କର୍ତୃପକ୍ଷ ଅମିତଙ୍କ ସହିତ ଆଲୋଚନା କରିବା ପରେ ଆତ୍ମସାତ ଘଟଣାରେ ସେ ଜଡ଼ିତ ନଥିବା କହିଥିଲେ। ହେଲେ ଅଡିଟ ରିପୋର୍ଟ ଆଧାରରେ ୟୁପିଆଇ ଅନଲାଇନ୍ ପେମେଣ୍ଟରେ ରହିଥିବା ପ୍ରମାଣ ଆଧାରରେ କଲେଜ ତରଫରୁ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲେ।

Leave A Reply

Your email address will not be published.