ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବ୍ରାହ୍ମଣ ସୀତାପୁର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି (ସୋମବାର) ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେରାଣ୍ଡି ସରପଞ୍ଚ ୱାଇ. ଦଣ୍ଡପାଣି , ମୁଖ୍ୟ ବକ୍ତା ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଏନ.ଭିମଲ୍ , ସମ୍ମାନୀତ ଅତିଥି ଭାବେ ପି. କ୍ରିଷ୍ଣା , ଟି.ଦିଲ୍ଲାମା , ସି ଏଚ୍.ଗୌରୀ , ଇଞ୍ଜିନିୟର ବିନୋଦ କୁମାର କିସାନ , ପଞ୍ଚାୟତ କାର୍ଯ୍ୟନିର୍ବହୀ ଅଧିକାରୀ ନିବେଦିତା ପଟ୍ଟନାୟକ ପ୍ରଭୃତି ଯୋଗଦେଇ ପରିଶ୍ରମ ସଫଳତାର ଚାବିକାଠି ସମ୍ପର୍କରେ କାହାଣୀ ମାଧ୍ୟମରେ ବୁଝାଇ ଥିଲେ।
ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଶିକ୍ଷକ / ଶିକ୍ଷିକା ଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ମଧ୍ଯ ସମସ୍ତ ଅତିଥି ବୁଝାଇଥିଲେ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଭି.ନାରାୟଣ ରାଓ , ଦେବଦତ୍ତ ବେବର୍ତ୍ତା , କବିତା ପାଣିଗ୍ରାହୀ , ସୁକାନ୍ତି ପାଢ଼ୀ , ଧରିତ୍ରୀ ଦାଶ , ଏସ୍. ସଂଗୀତା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.