ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୪/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ( ନୂତନ ପେନସନ ଭୂକ୍ତ) ର ନୂତନ କମିଟି ଗଠିତ ହୋଇଯାଇଛି। ଡାବୁଗାଁ ମେଦନା ରୋଡ ସ୍ଥିତ ଲ୍ୟାମ୍ପ ଗୋଦାମ ପରିସରରେ ଅନୁଷ୍ଠିତ ବୈଠକ ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିକାଶ ରଞ୍ଜନ ନିଶଙ୍କ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ସଂଘର ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସଙ୍ଗଠନ କୁ ଅଧିକ ସୁଦୃଢ଼ କରିବାକୁ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା।୩ ବର୍ଷ ଅବଧି ପୁରଣ ହୋଇଥିବାରୁ ପୁରୁଣା ସଂଘ କୁ ଭଙ୍ଗ କରାଯାଇ ନୂତନ ସଂଘ ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ମୋହନ ସିଂ ଗଣ୍ଡ,କାର୍ଯ୍ୟକାରୀ ସଭାପତି ମଙ୍ଗରାଜ ମାଝୀ,ଉପ ସଭାପତି ଗିରିଶ ମାଳା ଜେନା,ସମ୍ପାଦକ ହିରନ୍ୟ ମାଝୀ,ସହ ସମ୍ପାଦକ ରାଜୁ ହରିଜନ,କୋଷାଧ୍ୟକ୍ଷ ଅଜିତ ଷଡ଼ଙ୍ଗୀ ଓ ମିଡିଆ ସଂଯୋଜକ ଭାବେ ଗୁପ୍ତ ପ୍ରସାଦ ନାଗ ଙ୍କୁ ବିଧିବଦ୍ଧ ଭାବେ ଚୟନ କରାଯାଇଥିଲା । ସେହିପରି ଉପଦେଷ୍ଟା କମିଟି ରେ ବିକାଶ ରଞ୍ଜନ ନିଶଙ୍କ, ରାଇ ସିଂ ପୂଜାରୀ,ସୌଭାଗ୍ୟ ବିଶ୍ବାଳ,ସୁରେଶ ଚନ୍ଦ୍ର ବେହେରା ଓ ଅନିତା ବେହେରା ଙ୍କୁ ଚୟନ କରାଯାଇଥିଲା। ପଞ୍ଚାୟତ ପ୍ରତିନିଧି ଭାବେ ବିଦ୍ୟାଧର ମାଝୀ, କାଳି ଚରଣ ସାହୁ,ଜଗେନ୍ଦ୍ର ନାୟକ, ତାପସ କୁମାର ନାୟକ,ରବୀନ୍ଦ୍ର କୁମାର ଗୁହାଣ,ଦେବେନ୍ଦ୍ର ରାଉତ ଓ ନୀଲମ ମାଝୀ ଙ୍କୁ କରାଯାଇଥିଲା। ଏହି ଅବସରରେ ନୂତନ ଭାବେ ୬ ବର୍ଷ ପୂରଣ କରିଥିବା କନିଷ୍ଠ ଶିକ୍ଷକ ମାନଙ୍କୁ ସଂଘର ସାମିଲ କରାଯିବା ସହ ସେମାନଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post