ବଲେରୋ ଦୁର୍ଘଟଣାରେ ୮ ଜଣ ଆହତ

0

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ 

ରାଞ୍ଚି-ବିଜୟଓ୍ୱାଡ଼ା ରାସ୍ତା ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ୮ ଟା ବେଳ ଏକ ବଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି l ପ୍ରାପ୍ତ ସୂଚନା ମତେ ବୁଧବାର ସୋନପୁର ଜିଲ୍ଲା ତରଭା ଅଞ୍ଚଳରୁ ଏକ ବଲେରୋ ଗାଡ଼ିରେ ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚଳକୁ ଯାଉଥିବାବେଳେ ରେଢ଼ାଖୋଲ ରେଳଷ୍ଟେସନ ନିକଟସ୍ଥ ବୁଲାଣିଆ ରାସ୍ତା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା lଫଳରେ ବାଞ୍ଚ୍ଥା ନାଏକ(୫୮),ଅଗସ୍ତି ସ୍ୱାଇଁ (୧୮),ଚୁମୁକି ସ୍ୱଇଁ(୨୦),ସୌଦାମିନୀ ନାଏକ(୨୦),ବନ୍ଧୁଆ ସ୍ୱଇଁ(୬୦),ଅଶୋକ ସେଠୀ(୨୮),ଗୋପାଳ ଦଳ ବେହେରା (୧୦) ଓ ସୁଶିଲା ଦଳ ବେହେରା (୨୫) ଆହତ ହୋଇଥିଲେ l ଦୁର୍ଘଟଣା ଖବର ପାଇ  ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି l

Leave A Reply

Your email address will not be published.