ଆମକୁ ୮ ଲକ୍ଷ ୨୫ହଜାର କୋଟି ଟଙ୍କା ଦିଆଯାଉ : ଉତର-ପୂର୍ବ ଏବଂ ପଶ୍ଚିମ ହିମାଳୟ ପାର୍ବତ୍ୟାଂଚଳ ଭଳି ଅନୁଦାନ ଅନୁପାତ ୯୦:୧୦ ରହୁ 

0

ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ଆର୍ଥିକ ସହାୟତା ସୁପାରିଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ୨୦୨୦ ଓ ୨୫ ବର୍ଷ ପାଇଁ ସମୁଦାୟ ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଲାଗି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । 

ଏହି ସ୍ମାରକ ପତ୍ରରେ ଦର୍ଶାଇଛନ୍ତି ଯେ, ଉତର-ପୂର୍ବ ଏବଂ ପଶ୍ଚିମ ହିମାଳୟ ପାର୍ବତ୍ୟାଂଚଳ ଭଳି ଓଡ଼ିଶାକୁ ଆର୍ଥିକ ସହାୟତା ଦିଆଯାଉ । ଫଣ୍ଡିଂ ପାଟର୍ନ  ପରିବର୍ତନ କରିବା ପାଇଁ ଦାବି କରିଛନ୍ତି । ଅନୁପାତର ହାର ୯୦:୧୦ ରଖିବା ପାଇଁ ଉଲ୍ଲେଖ କରାଯାଇଛି । ପଂଚାୟତରାଜ ଏବଂ ପୌରାଂଚଳକୁ ଦିଆଯାଉଥିବା ଅନୁଦାନର ପରିମାଣ ବୃଦ୍ଧି କରାଯାଉ । ପଂଚାୟତ ମାନଙ୍କୁ ଏହି ପାଂଚ ବର୍ଷ ଲାଗି ୩୩ ହଜାର ୫୭୪ ଏବଂ ପୌର ସଂସ୍ଥା ମାନଙ୍କୁ ୨୦ ହଜାର ୩୧୧ କୋଟି ଦିଆଯାଉ । ସେହିପରି ବିପର୍ଯ୍ୟୟ ପରିଚାଳନା ପାଇଁ ଏସ.ଡି.ଆର.ଏଫ ପାଣ୍ଠିକୁ ଶହେ ପ୍ରତିଶତ କେନ୍ଦ୍ର ସରକାର ଦେଉ । ଶତ ପ୍ରତିଶତ ବହନ କରୁ । ଏହି ପାଂଚ ବର୍ଷ ପାଇଁ ୧୧ ହଜାର ୮୭୫ କୋଟି ଟଙ୍କା ଦିଆଯାଉ । ବିପର୍ଯ୍ୟୟର ମୁକାବିଲା ପାଇଁ ୨୫ ହଜାର ୭୭୨ କୋଟି ଟଙ୍କା ଦିଆଯାଉ । ପାନୀୟ ଜଳ ଯୋଗାଣ, ବନ୍ୟା ପରିଚାଳନା, ବନ୍ୟା ସମେତ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ଆଶ୍ରମ ସ୍କୁଲକୁ ହାଇସ୍କୁଲରେ ପରିଣତ କରିବା, ଅନୁସୂଚିତ ଜାତି, ଜଗନ୍ନାଥ ମନ୍ଦିରର ଚତୁପାଶ୍ୱର୍ରେ ଯାତ୍ରୀ ମାନଙ୍କ ପାଇଁ ସୁବିଧା କରିବା, ଜନଜାତି ଅଂଚଳରେ ବିକାଶ, ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ଶିକ୍ଷାରେ ପରିଣତ କରିବା, ସ୍ୱାସ୍ଥ୍ୟର ଭିତିଭୂମିର ବିକାଶ, ପୋଲିସ, ଜେଲ, ଅଗ୍ନିଶମ ସେବାର ଉନ୍ନତି କରଣ, ବନୀକରଣ, ଦକ୍ଷତା ବିକାଶ ପାଇଁ ୮୭ ହଜାର ୫୨୦ କୋଟି ଟଙ୍କା ଦିଆଯାଉ ।  ଏହି ଭିତିଭୂମିର ରକ୍ଷଣାବେକ୍ଷଣ ପାଇଁ ୭୮ ହଜାର ୭୦୦ କୋଟି ଟଙ୍କା ଦିଆଯାଉ । ଏହି ସ୍ମାରକପତ୍ରରେ ୨୦୨୦-୨୫ ପାଂଚ ବର୍ଷରେ ସମୁଦାୟ ୬ ଲକ୍ଷ ୭୧ ହଜାର ୩୬୫ କୋଟି ଟଙ୍କା ନିଅଂଟିଆ ରହିବ ବୋଲି ଅନୁମାନ କରାଯାଇଥିବାର ଦର୍ଶାଯାଇଛି ।

Leave A Reply

Your email address will not be published.