ସୁଦବଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

3

କୁଚିଣ୍ଡା (ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସୁଦବଲଣ୍ଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ ପାଳିତ ହୋଇଯାଇଛି l ଏହି ଅବସରେ ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କର୍ମୀ ଶ୍ରୀକାନ୍ତ ପଟେଲ,ପ୍ରଶାନ୍ତ କୁମାର ଦେହୁରୀ ସହ ସନ୍ନମାନୀତ ଅତିଥି ଭାବେ ସୁଦବଲଣ୍ଡା ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ଚିଆରମେନ ବିଜୟ କୁମାର ଦେହୁରୀ, ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଦେବଚନ୍ଦ୍ର ଠାକୁର, ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଣ୍ଡୁରୁଚୁଆ ସୁଶାନ୍ତ କିସାନ, ଭକ୍ତବନ୍ଧୁ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉସ୍ୱାହିତ କରିଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଭଞ୍ଜ ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ହୋଇଥିବାବେଳେ ସହକାରୀ ଶିକ୍ଷୟତ୍ରୀ ଛନ୍ଦୀତା ନାଏକ ସାହାଯ୍ୟ ସହଯୋଗ କରିଥିଲେ l ମୁଖ୍ୟବକ୍ତା ଭାବରେ ସମାଜସେବୀ କିଶୋର ଚନ୍ଦ୍ର ଦେହୁରୀ ରହିଥିବା ବେଳେ ଶେଷରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଅତିଥି ଗଣଙ୍କ ଦ୍ୱରା ପୁରସ୍କୃତ କରାଯାଇଥିଲା l ଶେଷରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଭଞ୍ଜ ଧନ୍ୟବାଦ ଜଣାଇଥିଲେ l

Leave A Reply

Your email address will not be published.