ଫାଶୀମାଲ ରେ ଅଧିକାଂଶ ସରକାରୀ ଗୃହ କାମରେ ଆସୁନି
ଜମନକିରା (ଲିପନ ନାଏକ ) : ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଅଧିନସ୍ଥ ଫାଶୀମାଲ ହାଇସ୍କୁଲ ସମ୍ମୁଖରେ ଥିବା ଡେମେଜ ସରକାରି କୋଠା କୁ କିଛି ବ୍ୟକ୍ତି ନିଜ ଅକ୍ତିଆର ରେ ନେଇ ଥିବା ଦେଖିବାକୁ ମିଳିଛି। ଏପରିକି ଏହି ଡେମେଜ କୋଠା ପଛରେ ଥିବା ସରକାରି ଜମିକୁ ମଧ୍ୟ ଅକ୍ତିଆର କରୁଥିବା ନଜରକୁ ଆସିଛି। ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଏ.ଏନ.ଏମ କ୍ଵାଟର ସହିତ ଅନ୍ୟ ଦୁଇ ଟି କ୍ଵାଟର କୁ ଏବେ ଅକ୍ତିଆର କରାଯାଉଥିବା ଦେଖିବାକୁ ମିଳିଛି। ଏପରିକି ଏହି ପରୀତକ୍ତ କ୍ଵାଟର ରେ ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳି ମଧ୍ୟ ପାଲଟିଛି। ଅନ୍ୟ ପକ୍ଷରେ ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗୃହ ନ ଥିବାରୁ ଗୋଟିଏ ଗୃହରେ ଦୁଇ ଜଣ ଡାକ୍ତର ରହୁଥିବା ନଜରକୁ ଆସିଛି। ବର୍ଷ ବର୍ଷ ଧରି ପରିତାକ୍ତ ଭାବେ ପଡ଼ି ରହିଥିବା ଓ ନୂତନ ଭାବେ ନିର୍ମାଣ ହୋଇଥିବା ଗୃହ କାମରେ ଆସୁନଥିବାରୁ ଏହି ଗୃହ ଗୁଡ଼ିକୁ ଜବରଦଖଲ କରାଯାଉଛି। ଗୋଟିଏ ପଟେ ସରକାର ସରକାରି ଜମିରୁ ଜବର ଦଖଲ ଉଛେଦ ଆରମ୍ଭ କରିଥିବା ବେଳେ ଫାଶୀମାଲ ରେ ସରକାରୀ ଗୃହ ଓ ସରକାରି ଜମି କୁ ଜବର ଦଖଲ କରାଯାଇଛି। ଏଭଳି ପରିସ୍ଥିତି ରେ ସରକାରୀ ଜମିସହିତ ସରକାରି ଗୃହ କୁ ଜବର ଦଖଲ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ କେନ୍ଦ୍ର କତୃପକ୍ଷ ଜାଣିପାରୁନାହାନ୍ତି।