ଅଧିକାରୀ ବିହୀନ ଜମନକିରା ଗ୍ରାମ ଉନ୍ନୟନ କାର୍ଯ୍ୟାଳୟ

3

କୁଚିଣ୍ଡା ୨୧।୨(ଲିପନ ନାଏକ ):  କୁଚିଣ୍ଡା ବିଧାୟକଙ୍କୁ ମିଳିଛି ଓଡିଶା ସରକାର ଙ୍କ ତିନୋଟି ମୂଲ୍ୟବାନ ବିଭାଗର ମନ୍ତ୍ରୀ ପଦ ତା ମଧ୍ୟରେ ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ହେଉଛି ଅନ୍ୟତମ। ହେଲେ ମନ୍ତ୍ରୀଙ୍କ ନିର୍ବାଚନୀୟ କ୍ଷେତ୍ର ଅଧୀନସ୍ଥ ଜମନକିରା ବ୍ଲକ ଦଶଘରିଆ ଠାରେ ରହିଛି ଗ୍ରାମ ଉନ୍ନୟନ କାର୍ଯ୍ୟାଳୟ ହେଲେ ଏହି କାର୍ଯ୍ୟାଳୟ ରେ ନା ଅଛନ୍ତି ଏସଡ଼ିଓ ନା ଅଛନ୍ତି କ୍ଲର୍କ, ଅଧିକାରୀ ଏପରିକି ଦୁଇ ଜଣ ଯନ୍ତ୍ରୀ ଓ ଜଣେ ପିଅନ କର୍ମଚାରୀରେ ଚାଲିଛି କାର୍ଯ୍ୟାଳୟ ର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିମୟରେ ସୁନ୍ଦର ବାତାବରଣ ରେ ତିଆରି କରାଯାଇଛି ଏହି କାର୍ଯ୍ୟାଳୟ କିନ୍ତୁ ଅଧିକାରୀ ବିହୀନ ଏହି କାର୍ଯ୍ୟାଳୟ ଯୋଗୁଁ ଜରାଜୀର୍ଣ ହେବାକୁ ଯାଉଛି ଏହି କାର୍ଯ୍ୟାଳୟ। ଖାଲି ରହିଥିବା ୨ଟି ପଦବୀ ଓ କାର୍ଯ୍ୟାଳୟରେ ନାହାନ୍ତି ୱାଚ ମେନ ଏଭଳି ପରିସ୍ଥିତି ରେ ଜମନକିରା ଭଳି ଏକ ବଡ ବ୍ଲକ ରେ କିଭଳି ହେବ ଉନ୍ନୟନ ମୂଳକ କାର୍ଯ୍ୟ। ସରକାର ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇ ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନାକୁ ଉନ୍ମୋଚନ କରି ଏହି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ କୁ ବିକଶିତ କରିବାକୁ ପ୍ରୟାସ କରାଯାଇ ଥିବାବେଳେ ଅଧିକାରୀ ବିହୀନ ଏହି କାର୍ଯ୍ୟାଳୟରେ ଉନ୍ନୟନ ମୂଳକ କାର୍ଯ୍ୟ କରିବା ଚାଲିଣି ରେ ପାଣି ଭରିବା ଭଳି କଷ୍ଟ ଦାୟକ। ଅନ୍ୟ ପକ୍ଷରେ ଏହି କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ଅଧିକାରୀ ନ ଥିବାରୁ କ୍ଷେତ୍ର ପରିଦର୍ଶନ ପାଇଁ ଅନେକ ବାଧା ସୃଷ୍ଟି ମଧ୍ୟ ହୋଇଥାଏ ଯାହା ଫଳରେ ଠିକାଦାର ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ଠିକ ଭାବେ ହୋଇ ପାରୁନାହିଁ ଓ କାର୍ଯ୍ୟର ମାନ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହେବା ସୁନିଶ୍ଚିତ। ଏଣୁକରି ଉଚ୍ଚ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ନ ହେଲେ ମନ୍ତ୍ରୀଙ୍କ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇ କାର୍ଯ୍ୟ ମନ୍ଥର ହେବା ସମ୍ଭାବନା ରହୁଛି।

Leave A Reply

Your email address will not be published.