ବାଲୁଗାଁ:(ସେକ କୌସର):ବାଲୁଗାଁ ସ୍ଥିତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାସହ ବାଲୁଗାଁ-ବାଣପୁର ଅଞ୍ଚଳର ବହୁବିଧ ସମସ୍ୟା ନେଇ ବିସ୍ତ୍ରୁତ ଆଲୋଚନା କରିଥିଲେ।ପ୍ରକାଶ ଥାଉକି ବାଲୁଗାଁ-ବାଣପୁର ଅଞ୍ଚଳରେ ଦିନକୁଦିନ ଚୋରି,ଡକାୟତି,ରାହଜାନି,ଚୋରା ଦେଶୀମଦ କାରବାର,ଗଞ୍ଜେଇ ଚୋରା ଚାଲାଣ,ପାରିବାରିକ କଳହ ଆଦି ବହୁମାତ୍ରାରେ ବଢି ଚାଲିଛି।ଏହାର ନିରାକରଣ ନିମିତ୍ତ କଡା ପଦକ୍ଷେପ ଗ୍ରହଣ କରିବାକୁ ଏସଡିପିଓ ଶ୍ରୀ ପଟ୍ଟନାୟକଙ୍କୁ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଥିଲା।ଏଥିସହିତ ଜୁଆ ଆଡା ଉପରେ ଚଢ଼ାଉ,ଟ୍ରାଫିକ ସମସ୍ୟା ଏବଂ ପାଟ୍ରୋଲିଂକୁ କଡାକଡି କରିବାକୁ ଆଲୋଚନା କରାଯାଇଥିଲା।ପ୍ରତିଟି ସମସ୍ୟା ଉପରେ ଗୁରୁତର ସହ ତଦନ୍ତ କରି ଏହାର ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ନେଇ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।ଉକ୍ତ ଆଲୋଚନାରେ କ୍ଲବ ସଭାପତି ଅଜିତ କୁମାର ସାହୁ,ସମ୍ପାଦକ ଅରୁଣ କୁମାର ପଣ୍ଡା,ଉପ ସଭାପତି ଶିବଶକ୍ତି ସାସମଲ,କୋଷାଧ୍ୟକ୍ଷ ସୁଧୀର କୁମାର ପାତ୍ର,ଆଇନ ପରାମର୍ଶଦାତା ସିତାରାମ ଅଗ୍ରୱାଲ,ପ୍ରଦୀପ କୁମାର ସେଠୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post