ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ୩ ଲକ୍ଷ ୫୪ ହଜାର ମିଳିଲା

2

ଓଡ଼ଗାଁ୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ହୁଣ୍ଡି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ, ପୋଲିସ ଏବଂ ପାଳିଆ ପୂଜକ ସୁଆର ସେବକ ପ୍ରତିନିଧିଙ୍କ ଉପସ୍ଥିତିରେ ଶୁକ୍ରବାର ଖୋଲାଯାଇଛି। ଦୀର୍ଘ ସମୟଧରି ଗଣତି ସରିବା ପରେ ହୁଣ୍ଡିରୁ ୩ ଲକ୍ଷ ୫୪ ହଜାର ୫ଶହ ୬୦ଟଙ୍କା ସହିତ ସମେତ ସୁନା ୩ ଗ୍ରାମ ୭ଶହ ମିଲିଗ୍ରାମ, ରୂପା ୧୦ ଗ୍ରାମ ୫୦୦ ମିଲିଗ୍ରାମ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି।ଅତିରିକ୍ତ ତହସିଲଦାର ଜି ଶ୍ରୀନୁ ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ, ମନ୍ଦିର ସୁପର ଭାଇଜର ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହିତ ଅନ୍ୟମାନେ ଗଣତିରେ ଅଂଶଗ୍ରହଣ କରିବା ସହିତ ସହଯୋଗ କରିଥିଲେ।

Leave A Reply

Your email address will not be published.