ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସ୍ଥିତ ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ତାଲିମ ପ୍ରତିଷ୍ଠାନରେ, ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଓ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏ-ହେଲ୍ପ ପ୍ରଶିକ୍ଷଣ ଶିବିର ଫେବୃୟାରୀ ୨୦ ଗୁରୁବାର ୨୦୨୫ ଦିନ ଉଦଯାପିତ ହୋଇଯାଇଛି।
ଉକ୍ତ ଶିବିରରେ ଗଞ୍ଜାମ ଜିଲ୍ଲା ଉପଖଣ୍ଡ ର ପାତ୍ରପୁର, ଚିକିଟି, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଶେରଗଡ଼ ରୁ ଆସିଥିବା ୨୪ ଜଣ ପ୍ରାଣୀମିତ୍ର ମାନଙ୍କୁ ୧୭ ଦିନ ଧରି ଗୋରୁ ଗାଈମାନଙ୍କ ଟୀକା କରଣ, ସେମାନଙ୍କ ପ୍ରାଥମିକ ଚିକିତ୍ସା, ଘାସ ଚାଷ, ସନ୍ତୁଳିତ ପୋଷଣ, ବୀମାକରଣ ଓ ମହୁମାଛି ପାଳନ ଆଦି ବିଭିନ୍ନ ବୈଷୟିକ ଜ୍ଞାନ ଏବଂ ସରକାରୀ ଯୋଜନା ମାନଙ୍କର ସଫଳ ରୁପାନ୍ତିକରଣ ପାଇଁ ବ୍ୟବହାରିକ ତାଲିମ୍ ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଶିବିରର ଶେଷ ଦୁଇଦିନ ରେ ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡ ତରଫରୁ ଡାକ୍ତର ବନମାଳୀ ସାହୁ, ଟ୍ରେନିଂ ମାନଙ୍କର ବୈଷୟିକ ଓ ମୈ।ଖିକ ପରିକ୍ଷା କରାଇଥିଲେ। ରୁଡସେଟି ଜାତୀୟ ଏକାଡେମି ତରଫରୁ ଡାକ୍ତର ଅମିତାଭ ପଣ୍ଡା ଓ ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ ପରିକ୍ଷା ପରିଚାଳନା କରିଥିଲେ। ଏହି ପରିକ୍ଷା ଗୁଡ଼ିକରେ ସମସ୍ତ ତଥା ୨୪ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇ ଦୁଇଟି ଲେଖାଏଁ ପ୍ରମାଣ ପତ୍ର ପ୍ରାପ୍ତ କରିଛନ୍ତି। ଭଲ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ପାଞ୍ଚ ଜଣଙ୍କୁ ପୁରସ୍କୃତ କରାଯାଇଅଛି। ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଉପନିର୍ଦେଶକ ଡାକ୍ତର ପ୍ରଦିପ କୁମାର ସାହୁ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସର୍ଗୀକୃତ ଭାବରେ ଗ୍ରାମାଞ୍ଚଳରେ ବିଭାଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ କୁମାର ପଟ୍ଟନାୟକ, ଡାକ୍ତର ବିଜୟିନୀ ପଣ୍ଡା, ଡାକ୍ତର ସୈ।ମ୍ୟ ରଞ୍ଜନ ପତି, ଡାକ୍ତର କୁଳଦୀପ ପାଣିଗ୍ରାହୀ, ଡାକ୍ତର ଅଭିନାଶ ସାହୁ, ଏହି ଉତ୍ସବ ରେ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରର ପରିଚାଳକ ଡାକ୍ତର ସମୀର କୁମାର ଦାସ ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।।
Sign in
Sign in
Recover your password.
A password will be e-mailed to you.