ବାସୁଦେବପୁର ସୌରଭ ସମ୍ମାନ ଆୟୋଜନ ନେଇ ପ୍ରସ୍ତୁତି ବୈଠକ।

2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ନବ ନିର୍ମାଣ ସେନା ପକ୍ଷ ରୁ ବାସୁଦେବପୁର ସୌରଭ ସମ୍ମାନ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅଲେଖ  ମନୋରଞ୍ଜନ ଏକାଡେମୀ ରେ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ମାର୍ଚ୍ଚ ଶେଷ ରୁ ଆରମ୍ଭ ହୋଇ ଏପ୍ରିଲ ରେ ଶେଷ ହେବାର ଅଛି ବୋଲି ନବ ନିର୍ମାଣ ସେନା ଅଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ ସୂଚନା ଦେଇଛନ୍ତି। ସେଥି ପାଇଁ ବିଭିନ୍ନ ପ୍ରତିଯୋଗିତା ସଙ୍ଗୀତ, ନୃତ୍ୟ, ଏକକ ଅଭିନୟ, ଚିତ୍ରାଙ୍କନ, ମୁରୁଜ ଭଳି ଅନେକ ପ୍ରତିଯୋଗିତା, ଏହା ସହ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଟିତ ହେବା ସହ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବ ତା ସହିତ ଶିକ୍ଷାବିତ୍, ସମାଜ ସେବୀ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିଥିବା ସଫଳ ବ୍ୟକ୍ତିତ୍ଵ ଙ୍କୁ ସମ୍ବର୍ଦ୍ଧିତ କରାଯିବ। ନଅ ଦିନ ଧରି କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ନବ ନିର୍ମାଣ ସେନା ଅଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ ସଭାପତିତ୍ବ ରେ ଅଲେଖ ପରିଡ଼ା, ପ୍ରଭାତ ନାୟକ, ସୁଦର୍ଶନ ମହାକୁଡ, କୃଷ୍ଣ ଚନ୍ଦ୍ର ମହାକୁଡ, ପ୍ରତାପ କୁମାର ପାଢ଼ୀ, ହେମନ୍ତ ବାରିକ୍ ଙ୍କ ସହ ବହୁ ସଦସ୍ୟ  ଉପସ୍ଥିତ ଥିଲେ।

Leave A Reply

Your email address will not be published.