ରାସ୍ତା ମଝିରେ ମଦୁଆ ଡ୍ରାଇଭରର ଅଶ୍ଳୀଳ ବଚନ: ଆମ୍ବୁଲାନ୍ସକୁ ଅଟକାଇ ଭାଙ୍ଗି ଦେବାକୁ ଉଦ୍ୟମ।

2

 କେନ୍ଦୁଝର,ତା୧୬/୨- କଥାରେ ଅଛି ମଦ ପିଇଲେ ସବୁ ଗଲା ମାନେ ଇଜ୍ଜତ ମହତ କଥା କିଏ ପଚାରେ। ଏହି କଥାର ସତ୍ୟତା ଘଟଗାଁ ହାଟ ଛକରେ ଦେଖା ଦେଇଛି ପାଖରେ ଥାନା ତଥାପି ମଦୁଆ ଡ୍ରାଇଭର ରାସ୍ତା ଉପରେ ନାଟ କରୁଥିଲା। ଏହି କାର ଡ୍ରାଇଭର ସକାଳେ ଢୋଲେ ମଦ ତଣ୍ଟି ଯାଏ ପିଇ ବାଟରେ ଗାଡ଼ି ଅଟକାଇ ବୋବାଲ କରୁଥିଲା। ଏହି ସମୟରେ ଏକ  ଆମ୍ବୁଲାନ୍ସ ରୋଗୀ ନେଇ ଆସି ହର୍ଣ୍ଣ ମାରିବାରୁ ମଦୁଆ ଭାବିଲା କି ତାର ମାନ ସମ୍ମାନ ହାନି ହେଲା ବୋଲି, ତେଣୁ ଗୋଟେ ବାଡି ଆଣି ରାସ୍ତା ଉପରେ ଆମ୍ବୁଲାନ୍ସ ଡ୍ରାଇଭରକୁ ଦେଖେଇ ନାନା ଅଶ୍ଳୀଳ କଥା ବକି ଚାଲିଥାଏ। ରାସ୍ତା ଉପରେ ମଦ ପିଇ ଗାଡ଼ି ଚଳେଇବା ପୁଣି ଜରୁରୀ ସେବା ଦେଉଥିବା ଏକ ଆମ୍ବୁଲାନ୍ସକୁ ଅଟକ ରଖି ଗାଳି ଦେବାକୁ ସ୍ଥାନୀୟ ଲୋକେ ନାପସନ୍ଦ କରି ବିରୋଧ କରିଥିଲେ ତେଣୁ ମଦୁଆ ସେଠାରୁ ପଳେଇ ଥିଲା। ଏହାର ଭିଡିଓ ଏବେ ଭାଇରାଲ ହେଇଛି। ତେଣୁ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଆଶା କରାଯାଉଛି।

Leave A Reply

Your email address will not be published.