ଓଡ଼ିଶା କୃଷି ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ

2

କେନ୍ଦୁଝର,ତା୧୭/୨-ନିର୍ଦ୍ଦେଶକ,କୃଷି ଓ ଖାଦ୍ୟ ଉତ୍ପାଦନ,ଓଡିଶା ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଘଟଗାଁ ବ୍ଲକର ନିଶୁରୀପଶି ଠାରେ ସ୍ଥାପିତ ସୋଲାର ବୋରୱେଲ ପ୍ରକଳ୍ପ, ସଦର ବ୍ଲକ ଅନ୍ତର୍ଗତ ଟିକରପଡ଼ାରେ କୃଷକ ରେଜିଷ୍ଟ୍ରୀ ଶିବିର ଓ କଲମୀ ବାଇଗଣ ଚାଷ, ରାଇସୁଆଁ ଠାରେ ଶୀତଳ ଭଣ୍ଡାର ପ୍ରକଳ୍ପ, ଧାତିକା ଓ ଟିକରପଡ଼ା ଠାରେ ସୋରିଷ ଏବଂ ବୁଟ ଚାଷର କ୍ଷେତ୍ର ପ୍ରଦର୍ଶନ ବୁଲି ଦେଖିବା ସହ ଉପସ୍ଥିତ ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ। ଆହୁରି ମଧ୍ୟ ଅପରାହ୍ନରେ ଦରବାର ହଲ୍ ଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ କେନ୍ଦୁଝର ଜିଲ୍ଲାର ଉନ୍ନତି କଳ୍ପେ କୃଷି ରୋଡ ମ୍ୟାପ୍ ପ୍ରସ୍ତୁତି ସମ୍ବନ୍ଧ ରେ ସମସ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ରାଜ୍ୟ ସ୍ତରୀୟ ଯୋଜନା ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ।ସମୀକ୍ଷା ବୈଠକରେ କେନ୍ଦୁଝରର ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପର୍ଶୁରାମ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.