ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା

0

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଲିଟିସର୍ଗି ପଞ୍ଚାୟତରେ । ସ୍ବେଚ୍ଛା ସେବୀ ଅନୁଷ୍ଠାନ ସ୍ପ୍ରେଡ ସହାୟତା ରେ ସରପଞ୍ଚ ଅନୁପମା ଭୋଇ ସଭାପତି ରୂପେ କାର୍ଯ୍ୟଭାର ତୁଲେଇ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପ୍ରସ୍ତାବ ଗୁଡିକ ଗୃହୀତ କରିଥିଲେ ଆଇସିଡିଏସ ,ପିଡ଼ିଏସ ,ଏମ୍ ଡ଼ି ଏମ୍ ଓ ମମତା ଯୋଜନା ର ହିତାଧିକାରୀଙ୍କ ପ୍ରାପ୍ୟ ମିଳୁଛି କି ନାହିଁ ତାହାର ତର୍ଜମା ହୋଇଥିଲା।କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ,ୱାର୍ଡସଭ୍ୟ ,ସମିତି ସଭ୍ୟ ଏବଂ ଆଶା କର୍ମୀ ମାନେ ଯୋଗ ଦେଇଥିଲେ।ଏହି ସମୀକ୍ଷା ବୈଠକ ରେ ଘଣ୍ଟିଗୁଡା ବିଦ୍ୟାଳୟ ରେ ଏସସି ଛାତ୍ର ଛାତ୍ରୀ ମାନଙ୍କ  ସହ ଏସ୍ଟି ଛାତ୍ର ଛାତ୍ରୀ ମାନେ ପାତର ଅନ୍ତର ହେଉଥିବା ପ୍ରକାଶ ପାଇଛି ।ଅଙ୍ଗନବାଡି ସେବା ଠିକ ନ ଥିବା ଜଣା ପଡ଼ିଛି ଅନେକ ହିତାଧିକାରୀଙ୍କ ହକ ରୁ କମ ଅଣ୍ଡା ମିଳିଛି ୪ଟି ଅଣ୍ଡା ମିଳୁଛି କିନ୍ତୁ ମିଳିବା କଥା ୧୨ ଟି ବାଟମାରଣା ର ସଫା ଉଦାହରଣ ମିଳିଛି ଲିଟିସର୍ଗି ଗ୍ରାମ ପଞ୍ଚାୟତ ରେ ।ହିତାଧିକାରୀ ଙ୍କୁ ତାଙ୍କ ପାଇବା ହକ ଯୋଗେଇବା କୁ ଗ୍ରାମସଭା ଉପରସ୍ଥ ଅଧିକାରୀ ଙ୍କୁ ଗ୍ରାମସଭା ନିର୍ଦେଶ  କରିଛି ।ଏହି ଅବସର ରେ ସ୍ପ୍ରେଡ ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ଶମ୍ଭୁ ସାହୁ ,ବୋଡେ଼ନ ବ୍ଲକ ସଂଯୋଜକ କସ୍ତୁରୀବାଲା ସାମଲ ,କୁନାଲ ଚରଣ ବେହେରା ,ଦୀନବନ୍ଧୁ ଛାତ୍ରୀଆ ,ଅଞ୍ଜଳି ରାଉତ ,ଖୀରସିନ୍ଧୁ ସଗରିଆ , ଲୋକ ସୂଚନା କେନ୍ଦ୍ର କରଙ୍ଗାମାଲ ର ସଂଯୋଜକ ପ୍ରିୟବ୍ରତ ପଣ୍ଡା ସମୀକ୍ଷା ସାଥି ବିଷ୍ଣୁ ଜଗତ ,ସତ୍ୟନାରାୟଣ ବାଗ ,ଲକ୍ଷ୍ମୀ ଶବର ,ଭାରତୀ ନନ୍ଦ ,ପଙ୍କଜିନି ହରିଜନ ,ହରିପ୍ରସାଦ କାଣ୍ଡ ,ମମତା ଭୋଇ ଙ୍କୁ ନେଇ ଅଭିଯୋଗ ଗ୍ରହଣ ଏବଂ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.