ଭୁବନେଶ୍ବର ତା..16.02.2025: ଆଜି ରିଅଲ ଇଷ୍ଟେଟ ବାର ଆସୋସିଏସନ ତରଫରୁ ଭୁବନେଶ୍ଵର ଏକ ପଞ୍ଚତାରକା ହୋଟେଲ “ମିଟ୍ ଏବଂ ଗ୍ରିଟ ” କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ରାଜ୍ୟ ରି ଅଲ ଇଷ୍ଟେଟ ଅଥରିଟିର ମାନ୍ୟବର ସଦସ୍ୟ ଶ୍ରୀ ପ୍ରଦୀପ କୁମାର ବିଶ୍ଵାଳ, ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ କାର୍ଯ୍ୟ ନିର୍ବାହୀ ନ୍ୟାୟିକ ସଦସ୍ୟ ଶ୍ରୀ ମାନସ ରଞ୍ଜନ ମିଶ୍ର ପ୍ରଭୁତି ଅତିଥି ମାନେ ଯୋଗ ଦେଇଥିଲେ I ଏହି ସଭାରେ ରିଅଲ ଇଷ୍ଟେଟ ବାର ଆସୋସିଏସନର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ସଭାପତିତ୍ବ କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ସଂଘର ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦନ କୁମାର ମହାନ୍ତି ନୂତନ କରି ଗଠନ ହୋଇଥିବା ରିଅଲ ଇଷ୍ଟେଟ ସଂଘର ଆଭିମୁଖ୍ୟ ବୁଝାଇଥିଲେ I ସେ କହିଥିଲେ ଯେ ଯେଉଁ ଲୋକ ଜମି ବାଡି କିଣା ବିକା କରୁଛନ୍ତି ସେମାନେ ରେରା ଠାରୁ ଉପଯୁକ୍ତ ଅନୁମତି ନେଇ ଜମି ଓ ଗୃହ ନିର୍ମାଣ ଖରିଦ ବିକ୍ରୀ କରିବା ପାଇଁ ଅନୁରୋଧ କରିଥିଲେ I ଏହି କାର୍ଯ୍ୟକ୍ରମରେ ରେରା ର ସଦସ୍ୟ ଶ୍ରୀ ବିଶ୍ଵାଳ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଥିଲେ ଯେ ରେରା ଆଇନ ଆସିବା ପର ଠାରୁ ସମସ୍ତ ରିଅଲ ଇଷ୍ଟେଟ ବ୍ୟବସାୟୀ ତାଙ୍କର ପ୍ରକଲ୍ପ ଗୁଡିକ ରେରା ଦ୍ଵାରା ପଞ୍ଜିକୃତ ନ କରି ବିକ୍ରୀ ଖରିଦ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ I ଅନ୍ୟତମ ନ୍ୟାୟିକ ସଦସ୍ୟ ଶ୍ରୀ ଗୋପାଳ ବଲ୍ଲଭ ପଟ୍ଟନାୟକ କହିଥିଲେ ରେରା ଆସିବା ପୂର୍ବରୁ ଯେଉଁ ପ୍ରକଳ୍ପ ଗୁଡିକ ବିଭିନ୍ନ ଉନ୍ନୟନ ଅଧିକାରୀଙ୍କ ଠାରୁ ଅନୁମତି ପ୍ରାପ୍ତ ହୋଇଥିଲେ ବି ଯଦି କାର୍ଯ୍ୟ ସମାପ୍ତ ପ୍ରମାଣ ପତ୍ର ନ ଦେଖାନ୍ତି ,ତେବେ ସେହି ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ ପ୍ରକଳ୍ପ ହିସାବରେ ଧରାଯିବ I ଏବଂ ରେରା ଆଇନ୍ ଲାଗୁ ହେବ I
ଅନ୍ୟତମ ସଦସ୍ୟ ଶ୍ରୀ ମାନସ ମିଶ୍ର କହିଥିଲେ ଯେ ଅନାନ୍ୟ ଆଇନ ଠାରୁ ରେରା ଆଇନ ସବୁଠାରୁ ସରଳ ଓ ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ ଉପଯୋଗୀ ଆଇନ I
ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ରେରା ଓକିଲ ସଂଘ ର କାର୍ଯ୍ୟକାରି ସଦସ୍ୟ ଶ୍ରୀ ଅଖିଳେଶ ମିଶ୍ର ଏବଂ ଶ୍ରୀ ବିନାୟକ ସୁବୁଦ୍ଧି ଏବଂ ସେମାନଙ୍କୁ ସହଯୋଗିତା କରିଥିଲେ ସୋନାଲି ମହାପାତ୍ର ଶାରଦା ମଞ୍ଜରି ପାଣିଗ୍ରାହୀ I ଏହି ସଭାରେ ରେରା ମାନ୍ୟବର ସଦସ୍ୟ ମାନଙ୍କୁ ବାର ଆସୋସିଏସନର ତରଫରୁ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀ ଚିତ୍ତ ରଞ୍ଜନ ରାୟ, ଶ୍ରୀ ସନାତନ ପାଣି, ଦୁର୍ଗାମାଧବ ମିଶ୍ର, ଓ ଯୁଗ୍ମ ସମ୍ପାଦକ ବିଶ୍ଵ ରଞ୍ଜନ ପଟ୍ଟନାୟକ I କାର୍ଯ୍ୟକ୍ରମ ଶେଷରେ ରେରା ଓକିଲ ସଂଘର ଉପ ସଭାପତି ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ ସମସ୍ତଙ୍କୁ ତାଙ୍କର ସହଯୋଗିତା ପାଇଁ ଧନ୍ୟବାଦ ଦେଇଥିଲେ I ଏବଂ ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I
Sign in
Sign in
Recover your password.
A password will be e-mailed to you.
Prev Post