ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୬/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଗରୁଡ ଗୁଡା ମୁଖ୍ୟ ରାସ୍ତା କଡ ଜମି ରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଆଜି ଅପରାହ୍ନ ସାଢେ ୨ ଘଣ୍ଟ ସମୟରେ ଓଲଟି ପଡିବାରୁ ଘଟଣା ସ୍ଥଳରେ ଚାଳକ ର ମୃତ୍ୟୁ ଘଟିଛି। ଟ୍ରାକ୍ଟର ଚାଳକ ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧି ଭଟ୍ଟା ଗ୍ରାମ ର ପୁରନ ଗୌଡ଼ (୪୦) ବୋଲି ଜଣା ପଡିଛି। ଏ ନେଇ ମୃତକ ଙ୍କ ବାପା ଆଶାରାମ ଗୌଡ଼ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାଇ ସିନ୍ଧିଭଟ୍ଟା ଗ୍ରାମ ର ପୁରନ ଗୌଡ଼ ପୋଡଶି ଛତିଶଗଡ ରାଜ୍ୟ କଣ୍ଡାଗାଁ ରୁ ଶନିବାର ଏକ ସେକେଣ୍ଡ ହେଣ୍ଡ ଟ୍ରାକ୍ଟର ନମ୍ବର (ସି ଜି ୧୭ କେପି ୧୬୯୦) କ୍ରୟ କରି ଆଜି ନିଜ ଗ୍ରାମ ସିନ୍ଧି ଭଟ୍ଟା କୁ ନିଜେ ଟ୍ରାକ୍ଟର ଚଲାଇ ଆସୁଥିଲା। ତେବେ ଡାବୁଗାଁ ଥାନା ଅନ୍ତର୍ଗତ ଗରୁଡ ଗୁଡା ଗ୍ରାମ ନିକଟ ମୁଖ୍ୟ ରାସ୍ତା ଦେଇ ଯିବା ସମୟରେ ଟ୍ରାକ୍ଟର ଭାରସାମ୍ୟ ହରାଇବାରୁ ଟ୍ରାକ୍ଟର ଏକ ଜମି ମଧ୍ୟରେ ଓଲଟି ପଡ଼ିଥିଲା। ପୁରନ ଗୌଡ଼ ଟ୍ରାକ୍ଟର ଚାପାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା।ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଟ୍ରାକ୍ଟର ତଳୁ ପୁରନ କୁ ମୃତ ଉଦ୍ଧାର କରିଥିଲେ। ଏ ନେଇ ମୃତକଙ୍କ ବାପା ଆଶାରାମ ଗୌଡ଼ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନ ୨୪/୨୫ ରେ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ପୁଲିସ ଏ ଏସ ଆଇ ଚନ୍ଦ୍ର ଶେଖର ହଜାରି କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.