ସଡ଼କ ସୁରକ୍ଷାକୁ ନେଇ ବିଜେପୁର ପୋଲିସ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

0 2

 ବିଜେପୁର /ସୁଶାନ୍ତ ସାହୁ : ମଣିଷ ଜୀବନ ମୂଲ୍ୟବାନ ଅଟେ।ତେଣୁ ଏହାର ସୁରକ୍ଷା ଆମ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ। ଜୀବନ ସୁରକ୍ଷିତ ରହିଲେ ଆମ ରାଊଓ ଜାତି ହସି ଉଠିବ। ରାଜ୍ୟ ତଥା ଦେଶର ଅର୍ଥନୈତିକ ବିକାଶ ପାଇଁ ବିଭିନ୍ନ ସ୍ଥାନରେ ସଡକର ଆବଶ୍ୟକତା ରହିଛି। ସାମ୍ପ୍ରତିକ ଯୁଗରେ ବିଭିନ୍ନ ଅଞ୍ଚଳ ସହିତ ଯୋଗାଯୋଗ ସ୍ଥାପନ ନିମନ୍ତେ ଦୃତଗତି ରେ ସଡକ ନିର୍ମାଣ ଚାଲିଛି।ସଡ଼କ ନିର୍ମାଣ ଯେପରି ଆମ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଠିକ ସେମିତି ତାହାର ସୁରକ୍ଷା ମଧ୍ୟ ତାହା ଠାରୁ ଅଧିକ ଆବଶ୍ୟକ।ବିଶ୍ୱର ଜନସଂଖ୍ୟା ହୁତୁହୁତୁ ହୋଇ ବଢ଼ି ଚାଲିଥିବା ବେଳେ, ଯାନବାହାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ଥାନୀୟ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ରେଲିର ଆୟୋଜନ ପୂର୍ବକ ସାରା ସହର ପରିକ୍ରମା କରି ଜଳସେଚନତା ସୃଷ୍ଟି କରିଥିଲେ। ରାସ୍ତା ରେ ଚଳପ୍ରଚଳ କରୁଥିବା ମୋଟର ସାଇକେଲ ଆରୋହୀ ମାନଙ୍କୁ ଅଟକାଇ ହେଲମେଟ ବ୍ୟବହାର, ରାସ୍ତା କଡରେ ଯିବା ଆସିବା,ଧିରେ ଗାଡ଼ି ଚାଳନା ଇତ୍ୟାଦି କରିବାକୁ ପରାମର୍ଶ ଦେବା ସହ ସେମାନଙ୍କୁ ଗୋଟିଏ ଗୋଟିଏ ଡଟପେନ୍ ଉପହାର ସ୍ୱରୂପ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା।ଏପରିକି କି ଚାରିଚକିଆ ଯାନ ଚାଳକ ମାନଙ୍କୁ ସିଟ୍ ବେଲ୍ଟ ବ୍ୟବହାର,ଧିର ଗତି ଚାଳନା ଉପରେ ପରାମର୍ଶ ଦେଉଥିବା ପରିଲକ୍ଷିତ ହୋଇଛି।କଥାରେ ଅଛି ମଣିଷ ଜୀବନ ଅଟଇ ଦୁର୍ଲ୍ଲଭ,ସୁରକ୍ଷା କରିବା ତାର,ସଡ଼କ ସୁରକ୍ଷା ନିୟମ ମାନିଲେ ଜିବନ ରକ୍ଷା ଆମର। ଏପରିପ୍ରେକ୍ଷୀରେ ବିଜେପୁର ଥାନା ଏସ.ଇ ଜଗା ବରିହା,ଏ.ଏସ.ଆଇ ବିଦେଶୀ ପଧାନ, କନଷ୍ଟେବଳ ବାସୁଦେବ ମେହେର,ବିରେନ ପଧାନ, ରିତେଶ ବଗାର, ଗଦାଧର ବାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରେଲି ଥାନା ପରିସରରୁ ବାହାରି ସାରା ବିଜେପୁର ସହର ପରିକ୍ରମା କରିଥିଲେ l

Leave A Reply

Your email address will not be published.