ବାଣପୁର:(ସେକ କୌସର):ରବିବାର ଦିନ ହିନ୍ଦୁ ଏକତା ମଞ୍ଚ, ଭାରତ ବାଣପୁର ଶାଖା ଦ୍ବାରା ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଭଗବଦ ଗୀତା ଲିଖିତ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ସଂଗଠନ ର ସଭାପତି ପ୍ରଦୀପ୍ତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଡକ୍ଟର ଚିନ୍ତାମଣି ମିଶ୍ର, ସତ୍ୟନାରାୟଣ ଷଡ଼ଙ୍ଗୀ, ରଙ୍ଗନାଥ ସେଠି, ଇଂ. ଶେଷଦେବ ବରାଳ,ପଣ୍ଡିତ ବାଲ୍ମୀକି ଦାସ, ସଞ୍ଜୟ କୁମାର ଦାଶ, ଅଧ୍ୟାପିକା ସୁଜାତା ମିଶ୍ର, ବ୍ରଜକିଶୋର ଜେନା ପ୍ରଭୃତି ଯୋଗ ଦେଇ ଭଗବଦ ଗୀତା ର ମହାତ୍ମ୍ୟ ଓ ଏହା ମାନବ ଜୀବନ ପାଇଁ କେତେ ମୂଲ୍ୟବାନ, ସେ ସମ୍ପର୍କରେ ମତ ରଖିଥିଲେ। ସଭାପତି ଶ୍ରୀ ଜେନା ସଂଗଠନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବାଣପୁର ପାଇଁ ଏକ କମିଟି ଘୋଷଣା କରିଥିଲେ। କୃତି ଛାତ୍ର ଛାତ୍ରୀ ମାନେ ଅତିଥିମାନଙ୍କ ଠାରୁ ପ୍ରମାଣ ପତ୍ର, ଗୀତା ବହି ଓ ଟ୍ରଫି ଗ୍ରହଣ କରିବା ପରେ ଅଧ୍ୟାପିକା ସୁସ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.