ବେଲଗୁଣ୍ଠାରେ ଚଉଦତମ ବ୍ଳକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

0 2

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଚବିଶିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ଚଉଦତମ ବ୍ଳକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ବ୍ଳକ୍ ର ବୋରୀ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ସାହୁ ପରିଚାଳନା କରିଥିଲେ I ବୈଠକରେ ଗତ ବୈଠକର ବିବରଣୀ ପାଠ କରାଯାଇଥିଲା I ଆଜିର ବୈଠକରେ ଅପାର ଆଇଡି ପଞ୍ଜୀକରଣ, ଉତ୍କର୍ଷ କାର୍ଯ୍ୟକ୍ରମ, ଖାନ୍ ଏକାଡ଼େମୀ, ଆକାଙ୍କ୍ଷୀ ପାଠ୍ୟକ୍ରମ, ପଞ୍ଚ ସଖା ଶିକ୍ଷା ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ,ବିଦ୍ୟାଳୟ ବାହାରେ ଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖା ସମ୍ପର୍କରେ ଆଲୋଚନା କରାଯିବା ସହିତ ବିଦ୍ୟାଳୟର ପରିଦର୍ଶନ କରାଯାଇଥିଲା I ଏହା ସହିତ ଆଗାମୀ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା I ଉପସ୍ଥିତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଏହାର ଶୈକ୍ଷିକ ଏବଂ ଭୌତିକ ବାତାବରଣକୁ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I

Leave A Reply

Your email address will not be published.