୨୩ ତମ ଗୋବର୍ଦ୍ଧନ ଭୋଇ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ।

0 2

ପଦ୍ମପୁର : ପାଇକମାଲ ବ୍ଳକ୍ ବଇଦପାଳି ଠାରେ ରକ୍ ଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ୨୩ ତମ ଗୋବର୍ଦ୍ଧନ ଭୋଇ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୁବ ନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ମାଣ୍ଡିଆଢିଆ ସରପଞ୍ଚ ପ୍ରତିନିଧି ରାଜୀବ ସାହୁ ଯୋଗଦେଇଥିଲେ। ୧୬ ଗୋଟି ଦଳ କୁ ନେଇ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ର ପ୍ରଥମ ଦିନରେ ୬ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ମାଣ୍ଡିଆଢିପା ଓ ବଇଦପାଲି ଦଳ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲେ। ଶିତିକଣ୍ଠ ବାଗ, ରାଜୁ ବାଗ ଅମ୍ପାୟାର ଓ ସାହିଲ, ନିରୋଜ, ତୁଷାର ସ୍କୋରର ଦାଇତ୍ଵ ବହନ କରିଥିବା ବେଳେ ଭୋଜରାଜ ଭୋଇ, ଚନ୍ଦନ, ଅମନ୍ , ଲେଲିନ୍, ରାଜୁ, ବିବେକ, ନିହାର, ମୁନୁ, ଚିଙ୍କୁ, ଜିତୁ ଟିକୁ ଓମ୍, କ୍ରିସ୍, ରିତେଶ, ଉଦୟ ଓ ରଞ୍ଜନ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.