ପଦ୍ମପୁର :- ପଦ୍ମପୁର ପୋଲିସ ତରଫରୁ ସ୍ଥାନୀୟ ଭେଁଉରିଆ ଛକ ଠାରେ ସଡକ ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ଥାନା ଅଧିକାରୀ ମମତା ନାଏକ ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଯୋଗ ଦେଇ ସଡକ ସୁରକ୍ଷା ଉପରେ ଜନସାଧାରଣ ଙ୍କୁ ସଚେତନ କରିଥିଲେ। ଏହା ସହିତ ଗାଡ଼ି ଚଳାଇବା ବେଳେ ହେଲମେଟ ପିନ୍ଧିବା, ଚାରିଚକିଆ ରେ ସିଟ ବେଲ୍ଟ ବାନ୍ଧିବା ତଥା ସମସ୍ତ ଟ୍ରାଫିକ ନିୟମ ମାନି ଚଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ନିଜେ ସୁରକ୍ଷିତ ରହି ନିଜ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରହିବାକୁ କହିଥିଲେ। ଏହି ସମୟରେ ଟ୍ରାଫିକ ନିୟମ ମାନି ଚାଲୁଥିବା ଚାଳକ ମାନଙ୍କୁ ଫୁଲତୋଡା ଓ ଚକଲେଟ୍ ଦେଇ ସ୍ଵାଗତ କରିଥିଲେ ଏବଂ ନିୟମ କୁ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ତାଗିଦ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପଦ୍ମପୁର ପୋଲିସ ର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post