ଦାଦନ ଙ୍କ ଉପରେ ମାଡିଗଲା କାର, ମୃତ ଘୋଷଣା କଲେ ଡାକ୍ତର।

0 1

କଳାହାଣ୍ଡିରୁ ରୋହିତ କୁମାର ନାଏକ ଶାସକ ପ୍ରଶାସକ ନିୟୁଜ: ମୃତ୍ୟୁ ଏମିତି ବି ଆସେ, ଦାଦନ ଯାଇ ନିଜ ଘର କୁ ଫେରୁଥିବା ସମୟରେ ଆମପାଣି ରାସ୍ତା କଡ ବସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା 0D08 Y 2841 ଏକ ବୋଲେନୋ କାର ଧକ୍କା ଦେବାରୁ ଦାଦନ ଶ୍ରମିକ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ସହାୟତା ରେ କୋକସରା ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ଦୁର୍ଘଟଣା କରିଥିବା କାର କୁ ସ୍ଥାନୀୟ ଲୋକମାନେ ଆମପାଣି ପୁଲିସ ର ଜିମା ଦେଇଛନ୍ତି। ସୂଚନା ମତେ ଛତିଶଗଡ଼ ଦେଭୋଗ ଥାନାଞ୍ଚଲ ଧରଣୀ ବାହାଲ ଗ୍ରାମ ଜଣେ ଯୁବକ ରମେଶ ଠାକୁର ( ୩୨) ବିଶାଖାପାଟଣା ଦାଦନ ଖଟିବାକୁ ଯାଇ ଏକ ବସ ରେ ଫେରି ଆମପାଣି ବସଷ୍ଟାଣ୍ଡ ନିକଟର ଏକ ଦୋକାନ ନିକଟରେ ଥିବା ବେଳେ ଏକ କାର ଆସି ଧକ୍କା ଦେଇଥିଲା।ଆମପାଣି ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ସମେତ ଡ୍ରାଇଭର ଓ ଅନ୍ୟ ଜଣେ ଲୋକ ଙ୍କୁ ଥାନା ରେ ଅଟକ ରଖାଯାଇଛି।

Leave A Reply

Your email address will not be published.