ଗାଁ ଜଳ ଓ ପରିମଳ କମିଟିର ବ୍ଳକ ସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

0 1

ଓଡ଼ଗାଁ ୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ଗୁରୁବାର ବ୍ଳକ ସ୍ତରୀୟ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଓଡ଼ଗାଁ ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ, ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଜେନା, ପରାମର୍ଶ ଦାତା ଦେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ କର୍ମଶାଳାରେ ଅଂଶଗ୍ରହଣକାରୀ ସଦସ୍ୟ ମାନଙ୍କ ଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ । ଗାଁ ଗାଁରେ ଥିବା ପାନୀୟଜଳ ଯୋଗାଣ ଓ ପରିମଳ ଭିତ୍ତିଭୂମିର ସୁପରିଚାଳନା ଓ ତା’ର ରକ୍ଷଣାବେକ୍ଷଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଦକ୍ଷତା ବିକାଶ କର୍ମଶାଳାରେ ଗାଁ ଜଳ ଓ ପରିମଳ କମିଟି ସଦସ୍ୟ, ସିଆରପି, ଏମବିକେ, ସରପଞ୍ଚ ଏବଂ ଜନ ପ୍ରତିନିଧିଙ୍କ ସହିତ ପଞ୍ଚାୟତ ଅଧିକାରୀମାନେ ଯୋଗ ଦେଇଥିଲେ । ଗାଁ ଜଳ ଓ ପରିମଳ କମିଟି ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସହଭାଗିତାରେ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସ୍ଥିରୀକୃତ ହୋଇଥିଲା ।

Leave A Reply

Your email address will not be published.