ଗୁଡ଼ଭେଲା: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସମରା ଠାରେ ବ୍ଳକ୍ ସ୍ତରୀୟ ନିପୁଣ ଓଡ଼ିଶା ମେଳା ୨୦୨୪-୨୫ (ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ) ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୁଡଭେଲାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଜୟ ଜୟସ୍ୱାଲ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବରେ ବ୍ଲକ୍ ଉନ୍ନୟନ ଅଧିକାରୀ ଦୀପକ କିଶାନ ବାରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ସାମ୍ରାଜ୍ଞ୍ଚି ଐଶ୍ୱର୍ଯ୍ୟ ମିତ୍ରା, ଜିପିଡିଓ ଗୁଡ଼ଭେଲାର ସାଗର ସାହୁ, ଏବିଇଓ ରମେଶ ସାମର୍ଥ, ଏବିଇଓ ସୁରେନ୍ଦ୍ର ସୁନା, ଏବିଇଓ ବିପିନ ବାଗ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ସମରାର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ମଞ୍ଜରୀ କାଲୋ, ସ୍ଥାନୀୟ କପସିଲା ସିଆରସିସି ସୁଧାଂଶୁ ପୁଟା ଯୋଗଦେଇ ମଞ୍ଚାସିନ ଥିଲେ। ଏହି ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ତଥା ଏହି ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ପ୍ରାୟ 250ରୁ ଉର୍ଦ୍ଧ୍ବ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ହୋଇ ପ୍ରଦର୍ଶନ କରାଯାଇଥିଲା। ଏଫ୍ ଏଲ୍ ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଶିକ୍ଷଣ ସାମଗ୍ରୀ ସମ୍ବନ୍ଧରେ ଓ କିପରି ବିଦ୍ୟାଳୟରେ ବ୍ୟବହାର କରାଯାଏ ତାହା ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ବୁଝାଇଥିଲେ। ଅତିଥିଗଣ ମଧ୍ଯ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ନିହ ତଥା ଆରମ୍ଭକୁ ଯଦି ଆମେ ସବଳ କରିବା ତେବେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ଶିକ୍ଷା କ୍ଷେତ୍ରରେ ଆମ ଦେଶ ଆଗେଇବାରେ ସହାୟକ ହେବ ବୋଲି କହିଥିଲେ। ସ୍ଥାନୀୟ ସିଆରସିସି ସୁଧାଂଶୁ ପୁଟା ନିପୁଣ ଓଡ଼ିଶା ମେଳାର ଶପଥ ପାଠ କରାଇବା ସହ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଋଷିଆ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବର ଉଦଯାପନୀ ସଭାରେ ଅତିଥି ଭାବରେ ଯୋଗଦେଇଥିଲେ ବଡଙ୍ଗୋମୁଣ୍ଡା ଚମ୍ପି ବାରିକ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ସ୍ୱପ୍ନା ସେଠ୍ ଓ ପ୍ରଶିକ୍ଷିକା ସାମ୍ରାଜ୍ଞ୍ଚି ଐଶ୍ୱର୍ଯ୍ୟା ମିତ୍ରା , ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଚାସୀନ ହୋଇଥିଲେ। ସମସ୍ତ ଅତିଥି ଗଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଏଫ୍ ଏଲ ଏନ୍ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗମୋହନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗଣ ସହଯୋଗ କରିଥିଲେ। ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.