ମା’ ତାରେଣୀ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଡିଏସିଏ କପ୍ ମସାବାରୀ ୨୦୨୫,ବାହାଡ଼ାଝୋଲା ଚମ୍ପିୟାନ

0 1

ଓଡ଼ଗାଁ ୧୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମା’ ତାରେଣୀ ଡାଇମଣ୍ଡ କ୍ରିକେଟ ଆସୋସିଏସନ୍ ମଶାବାରୀ ଦ୍ବାରା ଆୟୋଜିତ ଡିଏସିଏ କପ୍ ମସାବାରୀ ୨୦୨୫ ଗୁରବାର ଫାଇନାଲ ମ୍ୟାଚରେ ବାହାଡ଼ାଝୋଲା ଦଳ ଚମ୍ପିୟାନ ହୋଇଥିବା ବେଳେ ପ୍ରତିପକ୍ଷ ଲକ୍ଷ୍ମୀପ୍ରସାଦ ଖେଳାଳୀ ମାନଙ୍କୁ ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।ଲକ୍ଷ୍ମୀପ୍ରସାଦ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ବାହାଡ଼ାଝୋଲାକୁ ଆମନ୍ତ୍ରଣ କରିଥିଲା।ବାହାଡ଼ାଝୋଲା ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୨ ରନ୍ କରିଥିଲା।ପରେ ଲକ୍ଷ୍ମୀପ୍ରସାଦ ଦଳ ୧୬୩ ରନର ଲକ୍ଷ୍ୟ ହାସଲ କରିବାକୁ ଯାଇ ସମସ୍ତ ଉଇକେଟ ହରାଇ ୧୨୧ ରନରେ ଅଟକି ରହିଥିଲା।ଫଳରେ ଲକ୍ଷ୍ମୀପ୍ରସାଦ ରନର୍ସ ଟ୍ରଫି ସହିତ ୭ ହଜାର ଟଙ୍କା ଏବଂ ବାହାଡ଼ାଝୋଲା ଚମ୍ପିୟାନ ଟ୍ରଫି ସହିତ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ମୁଖ୍ୟ ଅତିଥି ଓଡ଼ଗାଁ ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ଠାରୁ ଗ୍ରହଣ କରିଥିଲେ। ଚମ୍ପିୟାନ ବାହାଡ଼ାଝୋଲା ଦଳର ବିକାଶ ସିରଜ ସହିତ ଆଜି ଖେଳର ସର୍ବ ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ସହିତ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବୁଲୁ ଜେନା,ମଶାବାରୀର ଅବସରପ୍ରାପ୍ତ ଶିକ୍ଷକ ତଥା ଗ୍ରାମ କମିଟି ସଭାପତି ପବିତ୍ର ମୋହନ ମହାନ୍ତି, ଉପସଭାପତି ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.